ଆସନ୍ତା ସେପ୍ଟେମ୍ବର ୩ରୁ ସ୍ବତନ୍ତ୍ର ଓଜେଇଇ ପରୀକ୍ଷା

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୩ରୁ ସ୍ବତନ୍ତ୍ର ଓଜେଇଇ ପରୀକ୍ଷା । ସେପ୍ଟେମ୍ବର ୩,୪ ଓ ୭ ତାରିଖରେ ସ୍ବତନ୍ତ୍ର OJEE(ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ଅନୁଷ୍ଠିତ ହେବ । MBA, MTech, ବି ଫାର୍ମା ବିଭାଗର ପରୀକ୍ଷା ହେବ । ସକାଳୁ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିବ । ମୋଟ ଚାରୋଟି ସିଫ୍ଟିରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।

ତେବେ ପ୍ରଥମ ସିଫ୍ଟ ପୂର୍ବାହ୍ନ ୯ଟାରୁ ୧୦ଟା, ଦ୍ବିତୀୟ ସିଫ୍ଟ ୧୧ଟାରୁ ୧୨ଟା, ତୃତୀୟ ସିଫ୍ଟ ଅପରାହ୍ନ ୨ଟାରୁ ୩ଟା ଓ ଚତୁର୍ଥ ସିଫ୍ଟ ସାଢେ ୪ଟାରୁ ଆରମ୍ଭ ହେବ । ସମୁଦାୟ ୨୮ ହଜାର ୬୨୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।

ସ୍ବତନ୍ତ୍ର OJEE ପରୀକ୍ଷା ଓଡିଶାର ୨୮ଟି ସହରରେ ୩୮ଟି କେନ୍ଦ୍ରରେ ଅନୁଷ୍ଠିତ ହେବ । କୋଲକାତା, ରାଞ୍ଚି ଏବଂ ପାଟନାରେ ମଧ୍ୟ କେନ୍ଦ୍ର ରହିବ । ଏହି ପରୀକ୍ଷା କମ୍ପ୍ୟୁଟର ବେସଡ୍ ଟେଷ୍ଟ(CBT) ପଦ୍ଧତିରେ କରାଯିବ । ପରୀକ୍ଷା ସମୟରେ କୋରୋନା କଟକଣା ପାଳନକୁ ଗୁରୁତ୍ବ ଦିଆଯିବ । ଏଥିପାଇଁ ଆଜି ଆଡମିଟ୍ କାର୍ଡଗୁଡ଼ିକର ଡାଉନଲୋଡ୍ କରିପାରିବେ ପରୀକ୍ଷାର୍ଥୀ । ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି OJEE ୱେବସାଇଟରୁ ନିଜର ଆଡମିଟ୍ କାର୍ଡ(Admit Card) ଡାଉନଲୋଡ୍ କରିପାରିବେ । ଏନେଇ ସୂଚନା ଓଜେଇଇ କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି ।

ବୌଦ୍ଧରେ ସାବାଡ ହେବେ ଜାଲ ସାର୍ଟିଫିକେଟଧାରୀ ଶିକ୍ଷକସୂଚନାଯୋଗ୍ୟ, ଗତ ୨୬ ତାରିଖରେ ଓଜେଇଇ ୱେବ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା । LE-Tech (ଡିପ୍ଲୋମା), LE-Tech (ବି ଏସ ସି), LE-Pharm ଏବଂ Integrated MBA ପ୍ରୋଗ୍ରାମ୍ ପାଇଁ OJEE ୱେବ୍ ଆଧାରିତ କାଉନସେଲିଂ ପ୍ରକ୍ରିୟା 26 ଅଗଷ୍ଟରୁ ପଞ୍ଜୀକରଣ ଏବଂ ପସନ୍ଦ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇ 10 ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ଏଥର କାଉନସେଲିଂ ପ୍ରକ୍ରିୟାରେ ବିଳମ୍ବ ହୋଇଥିବା ବେଳେ ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

Related Posts