ଦ କାଶ୍ମୀର ଫାଇଲ୍ସ ଫିଲ୍ମରେ ସତ ସାମ୍ନାକୁ ଆସୁଥିବାରୁ କିଛି ଲୋକ ବିଚଳିତ ହେଉଛନ୍ତି: ମୋଦି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦ କାଶ୍ମୀର ଫାଇଲ୍ସ ଫିଲ୍ମରେ ସତ ସାମ୍ନାକୁ ଆସୁଥିବାରୁ ବିରୋଧୀ କଂଗ୍ରେସ ବିଚଳିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ତେବେ ଦଶନ୍ଧି ଦଶନ୍ଧି ଧରି ଲୁଚାଯାଇଥିବା ସତ୍ୟ ଫିଲ୍ମ ଜରିଆରେ ସାମ୍ନାକୁ ଆସିଛି । ଏଥିରେ କିଛି ଲୋକେ ବିଚଳିତ ହୋଇ ଉଠିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ୫-୬ ଦିନ ଧରି ଆମେ ଦେଖି ଆସୁଛୁ ସେମାନେ ଭୟଭୀତ ହୋଇଯାଇଛନ୍ତି ଏବଂ ସମାଲୋଚନା କରୁଛନ୍ତି । ଏହା ଉପରେ କେହି ବି ଚର୍ଚ୍ଚା କରୁନାହାନ୍ତି, କିନ୍ତୁ ଏହାକୁ ବିରୋଧ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯଦି ଫିଲ୍ମ ଉପରେ କାହାର ଆପତ୍ତି ଅଛି ତେବେ ଅନ୍ୟ ଗୋଟିଏ ନିର୍ମାଣ କରିନିଅନ୍ତୁ, କିନ୍ତୁ ଏହାକୁ ଅଟାକାଇବାର ପ୍ରୟାସ କରିବା କେଉଁ ବୁଦ୍ଧିମାନର କାମ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ସହ ଏହି ଫିଲ୍ମକୁ ତଥ୍ୟ ଆଧାରରେ ବେବିଚନା କରିବା ପରିବର୍ତ୍ତେ ଏହାକୁ ବଦନାମ କରିବାରେ ଲାଗିଛନ୍ତି।

ଏହି ଫିଲ୍ମ ବିରୋଧରେ ପୁରା ଏକ ଇକୋ ସିଷ୍ଟମ ଠିଆ ହୋଇଛି। ମୋର ବିଷୟ ଫିଲ୍ମ ନୁହେଁ, କିନ୍ତୁ ଯାହା ସତ୍ୟ, ତାକୁ ସାମ୍ନାକୁ ଆଣିବା ଦେଶ ପାଇଁ ଜରୁରୀ। ଯାହାର ଆପତ୍ତି ସେ ଅନ୍ୟ ଏକ ସିନେମା ନିର୍ମାଣ କରନ୍ତୁ। ସେମାନଙ୍କ ଆପତ୍ତି ଏହା ଯେ, ଯେଉଁ ସତ ଦୀର୍ଘ ବର୍ଷ ଧରି ଲୁଚାଇ ରଖିଥିଲେ ତାହା କିପରି ସାମ୍ନାକୁ ଅଣାଯାଉଛି । ବର୍ତ୍ତମାନ ସମୟରେ ସତ ସହ ଠିଆ ହୋଇଥିବା ଲୋକଙ୍କ ଦାୟିତ୍ୱ ହେଉଛି ସେମାନେ ଏହି ଇକୋସିଷ୍ଟମକୁ ଭାଙ୍ଗନ୍ତୁ ବୋଲି ମୋଦି କହିଛନ୍ତି । ଅନ୍ୟପଟେ ଦ କଶ୍ମୀର ଫାଇଲ୍ସ ଉପତ୍ୟକାରେ ୧୯୯୦ ଦଶନ୍ଧିରେ କଶ୍ମୀରୀ ପଣ୍ଡିତଙ୍କ ନରସଂହାରକୁ ଦର୍ଶାଯାଇଛି।

Related Posts