ଅଭିନେତ୍ରୀ କେତକୀଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅଭିନେତ୍ରୀ କେତକୀଙ୍କୁ ମିଳିଲା ଜାମିନ । ଭେଟରାନ ରାଜନେତା ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରି ଗିରଫ ହୋଇଥିବା ମରାଠୀ ଅଭିନେତ୍ରୀ କେତକୀ ଚିତଲେଙ୍କୁ ଆଜି ଜାମିନ ମିଳିଛି। ଥାନେର ଗୋଟିଏ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ଜାମିନ ମିଳିଥିଲେ ମଧ୍ୟ ସେ ଜେଲରୁ ଏବେ ବାହାରିବେ ନାହିଁ। କାରଣ ତାଙ୍କ ନାଁରେ ଆହୁରି ଏକାଧିକ ମାମଲା ରହିଛି।

ତେଣୁ ମାସେରୁ ଅଧିକ ଦିନ ହେଲା ଜେଲରେ ଥିବା କେତେକୀଙ୍କୁ ଆଜିର ଜାମିନ କୌଣସି ପ୍ରକାରର ଆଶ୍ୱସ୍ତି ଦେଇନି। ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ଫେସବୁକ ପୋଷ୍ଟ ପାଇଁ ୨୯ ବର୍ଷୀୟ କେତକୀଙ୍କ ନାଁରେ ପୁଲିସ୍ ୨୦ରୁ ଅଧିକ ମାଲା ରୁଜୁ କରିଛି। ତାଙ୍କ ବିରୋଧରେ ସମ୍ମାନହାନୀ, ଆପତ୍ତିଜନକ ଲେଖା ପୋଷ୍ଟ କରିବା ଓ ଧର୍ମ ଏବଂ ଜାତିକୁ ନେଇ ଦୁଇ ସଂପ୍ରଦାୟ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିବା ଭଳି ମାମଲା ରୁଜୁ କରାଯାଇଛି ।

Related Posts