ସମ୍ବଲପୁର ବିଶ୍ୱବିଦ୍ୟାଳୟ କୂଳପତିଙ୍କ ନାଁରେ ଥାନାରେ ଏତଲା

ସମ୍ୱଲପୁର: ସମ୍ବଲପୁର ଲଜପତ ରାୟ ଲ କଲେଜର ପାଣ୍ଠିକୁ ଚଂଚକତା କରିବା ଅଭିଯୋଗରେ ଫସିଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୂଳପତି | ତାଙ୍କ ନାଁରେ ଥାନାରେ ଏତଲା ଦେଲା ସଂଘ । ସମ୍ବଲପୁର ବିଶ୍ୱବିଦ୍ୟାଳୟ କୂଳପତି ପ୍ରଫେସର ସଂଜିବ ମିତ୍ତଲ | ଜପତ ରାୟ ଲ କଲେଜର ଆଲୁମିନି ଆସୋସିଏସନ ପକ୍ଷରୁ ଅଭିଯୋଗ ହୋଇଛି | କୂଳପତି ପ୍ରଫେସର ସଂଜିବ ମିତ୍ତଲ ସମ୍ବଲପୁର ଲଜପତ ରାୟ ଲ କଲେଜର ପାଣ୍ଠିକୁ ଚଂଚକତା କରି ବିଶ୍ୱବିଦ୍ୟାଳୟ ପାଣ୍ଠିକୁ ଟ୍ରାନ୍ସଫର କରିଥିବା ଅଭିଯୋଗରେ ଏତଲା ଦେଇଛି ସଂଘ ।

ସେଲ୍ଫ ଫାଇନନ୍ସି ଅର୍ଥ, କସନ ମନି ପରି କଲେଜରେ ଜମାଥିବା ୬୨ ଲକ୍ଷ ୬୭ ହଜାର ଟଙ୍କାକୁ ଟ୍ରାନ୍ସଫର କରିଥିବା ଅଭିଯୋଗ । ଏହା ସହ କଲେଜରେ ପୂର୍ବରୁ ଅବସ୍ଥାପିତ ଥିବି ଅଧ୍ୟକ୍ଷଙ୍କୁ ବାହାର କରି ଜଣେ ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ଦେଇ ସେ ଏହି କାର୍ଯ୍ୟ କରିଥିବାନେଇ ଧନୁପାଲି ଥାନାରେ ଏତଲା ହୋଇଛି । ଜିଲ୍ଲା ଓକିଲ ସଂଘ ସମର୍ଥନରେ ଏତଲା ହୋଇଥିବା ଜଣାପଡିଛି ।

Related Posts