ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରେଭ୍ ପାର୍ଟିରେ ସାପ ବିଷ ଯୋଗାଣ ମାମଲାରେ ଉତ୍ତର ପ୍ରଦେଶ ପୋଲିସ ୟୁଟ୍ୟୁବର ତଥା ବିଗ୍ ବସର ବିଜେତା ଏଲଭିସ୍ ଯାଦବଙ୍କ ବିରୋଧରେ ଏଫଆଇର ରୁଜୁ କରିଛି । ଏହି ମାମଲାରେ ଏବେ ବିଜେପି ସାଂସଦ ତଥା ପିପୁଲ ଫର୍ ଆନିମଲ୍ସ (ପିଏଫଏ)ର ପ୍ରତିଷ୍ଠାତା ମାନେକା ଗାନ୍ଧୀଙ୍କ ବୟାନ ସାମନାକୁ ଆସିଛି । ଏଲଭିସ୍ ଯାଦବଙ୍କୁ ଗିରଫ କରିବା ପାଇଁ ମାନେକା ଦାବି କରିଛନ୍ତି ।
ବିଜେପି ସାଂସଦ ମାନେକା ଗାନ୍ଧୀ କହିଛନ୍ତି, ‘ତାଙ୍କୁ ତୁରନ୍ତ ଗିରଫ କରାଯିବା ଦରକାର । ଏହା ଗ୍ରେଡ୍-୧ ଅପରାଧ ଅଟେ । ଅର୍ଥାତ୍ ସାତ ତାଙ୍କୁ ବର୍ଷର ଜେଲ ହେବା କଥା। ପିଏଫଏ ଜାଲ ବିଛାଇ ଏହି ଲୋକମାନଙ୍କୁ ଧରିଛି । ଭିଡିଓରେ ସେମାନେ ସାପଙ୍କ ଲୁପ୍ତପ୍ରାୟ ପ୍ରଜାତିକୁ ବ୍ୟବହାର କରୁଛନ୍ତି । ପରେ ଆମେ ଜାଣିବାକୁ ପାଇଥିଲୁ ଯେ ସେମାନେ ନୋଏଡା ଓ ଗୁରୁଗ୍ରାମରେ ସାପ ବିଷ ବିକ୍ରି କରୁଛନ୍ତି’।
ଶ୍ରୀମତୀ ଗାନ୍ଧୀ ଆହୁରି କହିଛନ୍ତି,’ପ୍ରାୟ ଏକ ସପ୍ତାହ ପୂର୍ବେ ମଥୁରାରେ ଚଢଉ କରାଯାଇଥିଲା । ଏଠାରେ ୮ ଜଣଙ୍କ ନିକଟରୁ ୮ ସାପ ମିଳିଥିଲା । ସମସ୍ତେ ଗୋଟିଏ ଗ୍ୟାଙ୍ଗର ସଦସ୍ୟ ଓ ରେଭ୍ ପାର୍ଟିରେ ନିଶା ଔଷଧ ଭାବେ ସାପ ବିଷ ଯୋଗାଣ କରୁଥିବା ଲୋକେ ଖୁଲାସା କରିଥିଲେ । ଏହି ଗ୍ୟାଙ୍ଗର ସଦସ୍ୟ (ଏଲଭିସ୍ ଯାଦବ)ଙ୍କ ନାଁ ଉଲ୍ଲେଖ କରିଥିଲେ । ଏହାପରେ ତାଙ୍କ ଟିମ୍ ସାପ ବିଷ ଯୋଗାଣ ନେଇ ଗ୍ୟାଙ୍ଗ ସହ ଯୋଗାଯୋଗ କରିଥିଲା । ଏହାପରେ ୧୧ ସାପଙ୍କୁ ଉଦ୍ଧାର କରାଯିବା ସହ ସାପ ବିଷ ଜବତ କରାଯାଇଛି । ସମସ୍ତଙ୍କୁ ଜେଲ୍ ପଠାଯିବା ଦରକାର’।
ଅନ୍ୟପଟେ ସୋସିଆଲ ମିଡିଆରେ ଏଲଭିସ୍ ଏକ ଭିଡ଼ିଓ ଜାରି କରି ଏହି ମାମଲାରେ ସେ ସଂପୃକ୍ତ ନିର୍ଦ୍ଦୋଷ ବୋଲି କହିଛନ୍ତି।