ବିଜେପି ବିରୋଧରେ ସିସୋଦିଆଙ୍କ ‘ରାଜପୁତ କାର୍ଡ’; କଡା ସମାଲୋଚନା କଲେ ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀରେ ଚର୍ଚ୍ଚିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ଅଭିଯୋଗର ସାମ୍ନା କରୁଥିବା ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବେ ଖେଳିଛନ୍ତି ଜାତି କାର୍ଡ । ସେ ନିଜକୁ ରାଜପୂତ ଭାବେ ଦର୍ଶାଇ କହିଛନ୍ତି , ସେ କାହା ସାମ୍ନାରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି କହିଛନ୍ତି । ସେପଟେ ଭାରତୀୟ ଜନତା ପାର୍ଟି ସିସୋଦିଆଙ୍କ ଉପରେ ଜାତିବାଦର ସାହାରା ନେବାର ଅଭିଯୋଗ ଲଗେଇ ପାଲଟା ଆକ୍ରମଣ କରିଛନ୍ତି ।ଅପର ପକ୍ଷରେ ଚର୍ଚ୍ଚିତ ଫିଲ୍ମ ଦି କଶ୍ମୀର ଫାଇଲ୍ସର ଡାଇରେକ୍ଟର ବିବେକ ଅଗ୍ନିହୋତ୍ରୀ ମଧ୍ୟ ସିସୋଦିଆଙ୍କୁ କଡ଼ା ସମାଲୋଚନା କରି ପ୍ରଶ୍ନ କରିଛନ୍ତି । ସେ ସିସୋଦିଆଙ୍କୁ ପଚାରିଛନ୍ତି , ଦେଶର ଅନ୍ୟ ସମସ୍ତେ କଣ ମୁଣ୍ଡ ନୁଆଁଇବାକୁ ଯାଉଛନ୍ତି କି ?

ବିବେକ ଅଗ୍ନିହୋଟ୍ରା ଟ୍ୱିଟ୍‌ରେ ଲେଖିଛନ୍ତି , ଏହା କେମିତିକା ଜାତିବାଦୀ ତର୍କ ? ଅର୍ଥାତ୍‌ ଯଦି ସାର୍‌ ମନୀଷ ସିସୋଦିଆ , ଯିଏ ରାଜପୂତ ହୋଇ ନଥାନ୍ତେ ତ ନଇଁ ପଡ଼ିଥାନ୍ତେ , ଅର୍ଥାତ୍‌ ଦିଲ୍ଲୀରେ ଯେଉଁ ବ୍ରାହ୍ମଣ , ଯାଦବ , ଗୁଜ୍ଜର , ଜାଟ , ଶିଖ୍‌ ଇତ୍ୟାଦି ରହୁଛନ୍ତି , ସମସ୍ତେ ମୁଣ୍ଡ ନୁଆଁଇବାର ଲୋକ ? ମୁସଲିମ୍ , ଇସାଇ , ଦଳିତ.ଏ ସମସ୍ତେ କଣ ନଇଁବା ଲୋକ ? ମନୀଷ ସିସୋଦିଆ ସୋମବାର ସକାଳେ ଦାବି କରିଥିଲେ କି ବିଜେପି ତାଙ୍କୁ ଆମ୍‌ ଆଦମୀ ପାର୍ଟି (ଆପ୍‌) ରୁ ବାହାରି ଆସିବାକୁ ଅଫର ଦେଇଥିଲା । ସିସୋଦିଆ ନିଜକୁ ରାଜପୂତ ଦର୍ଶାଇ କହିଥିଲେ କି ସେ ନଇଁବେ ନାହିଁ ।

ସୂଚନା ଅନୁସାରେ ସିସୋଦିଆ ଆଜି ଟ୍ୱିଟ୍‌ରେ କହିଥିଲେ , ମୋ ପାଖକୁ ବିଜେପିର ସନ୍ଦେସ୍‌ ଆସିଥିଲା – ଆପ୍‌ ଛାଡ଼ି ବିଜେପିକୁ ଆସିଯାଏ , ସବୁ ସିବିଆଇ ଇଡି କେସ୍‌ ବନ୍ଦ କରିଦେବୁ । ମୋର ବିଜେପିକୁ ଜବାବ-ମୁଁ ମହାରାଣା ପ୍ରତାପଙ୍କ ବଂଶଜ , ରାଜପୂତ । ମୁଣ୍ଡ କାଟି ଦେବି , ହେଲେ ଦୁର୍ନୀତି-ଷଡ଼ଯନ୍ତ୍ରକାରୀଙ୍କ ସାମନାରେ ମୁଣ୍ଡ ନୁଆଁଇବି ନାହିଁ । ମୋର ବିରୋଧରେ ସବୁ କେସ୍‌ ମିଛ । ଯାହା କରିବାର ଅଛି କରିନିଅ ।

Related Posts