ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲା: ପଞ୍ଜାବ ଯିବ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ

ନୂଆଦିଲ୍ଲୀ : ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଗିରଫ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ପଞ୍ଜାବ ଯିବ। ମଙ୍ଗଳବାର ଦିଲ୍ଲୀର ଏକ ଅଦାଲତ ପଞ୍ଜାବ ପୋଲିସକୁ ପଞ୍ଜାବକୁ ନେବାପାଇଁ ଅନୁମତି ଦେଇଛନ୍ତି। ଫଳରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ପୋଲିସ ଲରେନ୍ସକୁ ପଚରାଉଚୁରା କରିପାରିବ। ପୋଲିସ ଲରେନ୍ସକୁ ମୁଖ୍ୟ ଷଡ଼ଜନ୍ତ୍ରକାରୀ ଦର୍ଶାଇ କହିଛି ତାକୁ ହେପାତରେ ପଚରାଉଚୁରା ଜରୁରି ରହିଛି ଯାହା ପରେ ଅଦାଲତ ଲରେନ୍ସକୁ ହେପାଜତ ଓ ଟ୍ରାଞ୍ଜିଟ୍‌ ରିମାଣ୍ଡ ଦୁଇଟି ପାଇଁ ଅନୁମତି ଦେଇଛନ୍ତି। ଶୁଣାଣୀ ସମୟରେ ପଞ୍ଜାବର ମହାଧିବକ୍ତା ଅନମୋଲ ରତନ୍‌ ସିଦ୍ଧୁ ଅଦାଲତକୁ ଆଶ୍ୱାସନା ଦେଇଥିଲେଯେ ରାଜ୍ୟ ଗ୍ୟାଙ୍ଗଷ୍ଟାର୍‌ର ସୁରକ୍ଷାର ସୁରକ୍ଷାର ସମ୍ପୂର୍ଣ୍ଣ ଦାୟିତ୍ୱ ନେବ।

ଏହା ପୂର୍ବରୁ ପଞ୍ଜାବ ପୋଲିସ ଦୁଇଟି ଆବେଦନ ଦାଖଲ କରିଥିଲା। ଗୋଟିଏ ଗିରଫ ପାଇଁ ଅନ୍ୟଟି ଟ୍ରାଞ୍ଜିଟ୍‌ ରିମାଣ୍ଡ ପାଇଁ। ଅଦାଲତ ପ୍ରଥମେ ଗିରଫ କରିବା ପାଇଁ ଅନୁମତି ଦେଇଥିଲେ ଏହାପରେ କିଛି ସମୟ ପରେ ହେପାଜତରେ ନେବା ପାଇଁ ଅନୁମତି ଦେଇଥିଲେ। ଏବେ ପଞ୍ଜାବ ପୋଲିସ ଲରେନ୍ସକୁ ପଞ୍ଜାବ ନେଇପାରେ। ପଞ୍ଜାବ ସରକାରଙ୍କ ଓକିଲ ପଟିଆଲା ହାଉସ କୋର୍ଟରେ ବିଚାରପତିଙ୍କୁ କହିଥିଲେ ଲରେନ୍ସକୁ ପଞ୍ଜାବ ନେବା ସମୟରେ ପଞ୍ଜାବ ପୋଲିସର ୫୦ ପୋଲିସ କର୍ମଚାରୀ ରହିବେ, ୨ ବୁଲେଟ୍ ନିରୋଧି ଗାଡ଼ି ରହିବ, ରାସ୍ତାରେ ୧୨ଟି ଗାଡ଼ି ଯିବ ଯାହାଫଳରେ ରାସ୍ତା ସଫା ହେବ। ସମସ୍ତ ଘଟଣାର ଭିଡିଓ ଗ୍ରାଫି କରାଯିବ। ସିଦ୍ଧୁ କହିଛନ୍ତି ଏପରି ମାମଲାରେ ସୁପ୍ରିମ୍‌ କୋର୍ଟ ଯେଉଁ ଆଦେଶ ଦେଇଛନ୍ତି ସେସବୁ ପାଳନ କରାଯିବ ।

Related Posts