ସିଙ୍ଗୁର ଲୋକସଭା ଉପନିର୍ବାଚନ: ଗାୟକ ସିଦ୍ଧୁ ମୁସେୱାଲାଙ୍କ ବାପାଙ୍କୁ ଟିକେଟ ଦେବ କଂଗ୍ରେସ !

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୨୩ ତାରିଖରେ ସିଙ୍ଗୁରର ଲୋକସଭା ଉପନିର୍ବାଚନ | ଏନେଇ ସ୍ତ୍ରାଗାରଂ ହୋଇଉଠିଛି ପଞ୍ଜାବର ରାଜନୀତି | ଚଣ୍ଡିଗଡର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଏବେ ରାଜନୀତି ଜୋର ଧରିଥିବା ବେଳେ, ଏହି ଆସନରୁ କିଏ କେଉଁ ଦଳରୁ ନାମାଙ୍କନ ପତ୍ର ଦାଖଲ କରିବେ ତାକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗିରହିଛି ।

ଆମଆଦମୀ ପାର୍ଟି ପକ୍ଷରୁ ନିର୍ବାଚନ ପାଇଁ ସିଙ୍ଗୁର ଜିଲ୍ଲା ପ୍ରଧାନ ଗୁରମେଲ ସିଂହଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାବେଳେ କଂଗ୍ରେସର ପ୍ରାର୍ଥୀ ଘୋଷଣା ଉପରେ ସମସ୍ତଙ୍କ ନଜର । କାରଣ ସିଙ୍ଗର ମୁସେୱାଲାଙ୍କ ମୃତ୍ୟୁ ପରେ ତାଙ୍କ ବାପା ବଲକୌର ସିଂହଙ୍କୁ କଂଗ୍ରେସ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଏଥିପାଇଁ କଂଗ୍ରେସ ପ୍ରଧାନ ଅମରିନ୍ଦର ସିଂହ ସୁପାରିଶ କରିଥିବା ଜଣାପଡିଛି ।

ଅନ୍ୟପଟେ ବିଜେପି ମଧ୍ୟ ନିଜ ପ୍ରାର୍ଥୀ ଚୟନ କରିଥିବା ଜଣାପଡିଛି । ବିଜେପି ଏହି ଆସନ ପାଇଁ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ସିନୀଲ ଜାଖଡ ଓ ସୁଖଦେବ ସିଂହ ଡିଡସାଙ୍କ ମଧ୍ୟ କାହାକୁ ପ୍ରାର୍ଥୀ ଘୋଷଣା କରିବାର ସୂଚନା ରହିଛି ।

Related Posts