ସିଦ୍ଧୁ ଦଳର ଉପରେ ନୁହଁନ୍ତି; ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ: ହରିଶ ଚୌଧୁରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ବର୍ତ୍ତମାନ ରାଜ୍ୟରେ ଦଳକୁ ପୁଣିଥରେ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ରାଜନେତାମାନେ ଅଛନ୍ତି । ଏହା ମଧ୍ୟରେ ନବଜୋତ ସିଂହ ସିଦ୍ଧୁଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ପଞ୍ଜାବ ପ୍ରଭାରୀ ହରିଶ ଚୌଧୁରୀ । ତେବେ ସିଦ୍ଧୁ ଦଳର ଉପରେ ନୁହଁନ୍ତି ଓ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଜରୁରୀ । ଦଳ ବିରୋଧୀ ଗତିବିଧି ଓ ଲଗାତାର ବୟାନବାଜି କରୁଥିବାରୁ ସିଦ୍ଧୁଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ହରିଶ । ସିଦ୍ଧୁଙ୍କ ଅନୁଶାସନହୀନତା ପାଇଁ କଂଗ୍ରେସ ଅଧ୍ୟକ୍ଷାଙ୍କୁ ଚିଠି ଲେଖିଛି ।

ଏ ବାବଦରେ ସିଦ୍ଧୁଙ୍କ ଠାରୁ ସ୍ପଷ୍ଟୀକରଣ ମଗାଯାଉ । ଏହାପୂର୍ବରୁ ସିଦ୍ଧୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ସଚ୍ଚୋଟ ଓ ଛୋଟ ଭାଇ ବୋଲି କହିଥିଲେ । ପଞ୍ଜାବର ଜନତା ଏଥିପାଇଁ ପରିବର୍ତ୍ତନ ଚାହିଁଲେ କାରଣ କଂଗ୍ରେସର ପୂର୍ବ ମୁଖ୍ୟମନ୍ତ୍ରୀ ମାଫିଆଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ନେଲେ ନାହିଁ । ମୋ ଲଢେଇ ମଧ୍ୟ ମାଫିଆଙ୍କ ବିରୋଧରେ ଜାରି ରହିଛି ବୋଲି ହରିଶ ଚୌଧୁରୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts