ଏଣିକି ଆମ୍ବୁଲାନ୍ସରେ ସାଇରନ୍ ବଦଳରେ ଶୁଭିବ ଶଂଖ, ହାରମୋନିୟମ୍ ଓ ତାବଲା ଧ୍ୱନି : କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ସାଧାରଣତଃ ସାଇରନ୍ ବାଜିଲେ ଆମେ ଜାଣୁ ଦେଉ ଯେ ରାସ୍ତାରେ ଆମ୍ବୁଲାନ୍ସ ଯାଉଛି। କାରଣ ଏହାର ଏକ ଭିନ୍ନ ଧ୍ୱନି ଅଛି, ଯାହାକି ଅନ୍ୟ ଯାନବାହାନର ହର୍ଣ୍ଣ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ। କିନ୍ତୁ ଆମ୍ବୁଲାନ୍ସର ଏହି ହର୍ଣ୍ଣ ଆଗକୁ ଆଉ ଶୁଣିବାକୁ ମିଳିବ ନାହିଁ। ଏହା ବଦଳରେ ଆମେ ଏକ ନୂତନ ହର୍ଣ୍ଣ ଶୁଣିବାକୁ ପାଇବା। ଏଭଳି ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ। ସେ କହିଛନ୍ତି ଯେ ବର୍ତ୍ତମାନ ରାସ୍ତାରେ ଚାଲୁଥିବା ଆମ୍ବୁଲାନ୍ସଗୁଡ଼ିକରେ ସାଇରନ୍ ବଦଳରେ ଶୁଭିବ ଶଂଖ, ହାରମୋନିୟମ୍ ଓ ତାବଲା ଧ୍ୱନି । 

ଏଥିପାଇଁ କାମ ଆରମ୍ଭ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଆଗାମୀ ଦିନରେ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେରେ ଟୋଲ ପଲିସିରେ ମଧ୍ୟ ପରିବର୍ତ୍ତନ କରାଯିବ।  ଏହା ସହିତ ଜିପିଏସ୍ ସିଷ୍ଟମ ମାଧ୍ୟମରେ ଟୋଲ ପେମେଣ୍ଟ ବ୍ୟବସ୍ଥା ମଧ୍ୟ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଆରମ୍ଭ ହେବ। 

ଏହାପରେ ରାଜପଥରେ ଯାନବାହାନ ଗୁଡିକ ଯେତିକି କିଲୋମିଟର ଚାଲିବ ସେହି ଅନୁଯାୟୀ ଟୋଲ ଦେବାକୁ ପଡିବ ବୋଲି ଗଡକରୀ କହିଛନ୍ତି । ନିକଟରେ ୯୦ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଦିଲ୍ଲୀ- ମୁମ୍ବାଇ ଗ୍ରୀନଫିଲ୍ଡ ଏକ୍ସପ୍ରେସ୍ – ୱେ ର ଯାଂଚ କରି ଗଡକରି ଏଭଳି ସୂଚନା ଦେଇଥିଲେ। ଏହି ଅବସରରେ ଗଡକରୀ କହିଛନ୍ତି ଯେ ଏହି ପ୍ରକଳ୍ପ ଭାରତ ମାଳା ପ୍ରକଳ୍ପ ଅଧୀନରେ ଅଛି।  

ଦୁଇଟି ବଡ ସହର ଯୋଗ ଦେଉଛନ୍ତି। ଏହି ରାଜପଥ 1350 କିଲୋମିଟର ଲମ୍ବ ହେବ । ଏହି ପ୍ରକଳ୍ପ ଜାନୁଆରୀ 2023 ସୁଦ୍ଧା ଶେଷ ହେବ। ଏହି ରାଜପଥ ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ଗୁଜୁରାଟ ଏବଂ ମହାରାଷ୍ଟ୍ର ଦେଇ ଯାଉଥିବା ସେ କହିଛନ୍ତି।

Related Posts