ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା: ସିସିଟିଭି ଆଧାରରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁରୀ ପୁଲିସ

ପୁରୀ: ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାର ତଦନ୍ତକୁ ଜୋର ଦ୍ୱାରା କରିଛି ପୁରୀ ପୋଲିସ | ସିସିଟିଭି ଫୁଟେଜ କୁ ଆଧାର କରି ପୋଲିସ ଜଣେ ବ୍ୟକ୍ତି ଙ୍କୁ ଚିହ୍ନଟ କରିଥିବା ବେଳେ, ଚିହ୍ନଟ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁରୀ ପୁଲିସ । ଖାଦ୍ୟ ଏଣେତେଣେ ପଡିଥିଲା, ତେଣୁ ରାଗରେ ଚୁଲି ଭାଙ୍ଗିଦେଇଥିଲେ ବୋଲି ଅଟକ ବ୍ୟକ୍ତି ପୁଲିସକୁ କହିଥିବା ସୂଚନା ରହିଛି । ପୁରୀ ପୁଲିସ ଟ୍ୱିଟ କରି ଏହି ସୂଚନା ଦେଇଛି ।

ସୂଚନାଯୋଗ୍ୟ, ଶନିବାର ରାତିରେ ଶ୍ରୀମନ୍ଦିର ରୋଷଘରକୁ ଭଙ୍ଗାଯାଇଥିଲା । ଏହାକୁ ନେଇ ରବିବାର ଦିନ ନୀତିରେ ବିଳମ୍ବ ହେବା ସହ ଭକ୍ତ ମହାପ୍ରସାଦ ପାଇବାରେ ସମସ୍ୟା ଦେଖାଦେଇଥିଲା । ଘଟଣାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜି ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଘଟଣାର ପୁଲିସ ତଦନ୍ତ କରୁଛି ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ ।

ସିସିଟିଭିରୁ ଜଣାପଡୁଛି, ଧଳାସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କ ପୋଷାକଟି ରୋଷଘର ହଳଦୀ ଲାଗି ସଂପୂର୍ଣ୍ଣ ହଳଦିଆ ହୋଇଯାଇଥିବାବେଳେ ରୋଷଘରୁ ବାହାରି ମୁଦୁଲି ଦ୍ୱାର ଦେଇ ନାଟ ମଣ୍ଡପକୁ ପ୍ରବେଶ କରୁଛନ୍ତି । ରାତି ପ୍ରାୟ ଗୋଟାଏ ୧୫ରେ ଧୋପଖାଳ ସେବାୟତ ଚୁଲି ଭଙ୍ଗା ନେଇ ଶ୍ରୀମନ୍ଦିର ଗାରଦରେ ଅଭିଯୋଗ କରିଥିଲେ । ହେଲେ ରାତି ଗୋଟାଏ ୨୫ରେ ଶ୍ରୀମନ୍ଦିର ଶୋଧ କରୁଥିବା ୪ ଜେଟିପି ସେହି ବ୍ୟକ୍ତିଙ୍କୁ ଧରି ସିଂହଦ୍ୱାର ବାହାରେ ଛାଡି ଦେଇଥିଲେ ।

Related Posts