ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କଲେ ବୀର ବିକ୍ରମ ଯାଦବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କଲେ ବୀର ବିକ୍ରମ ଯାଦବ । ପୁରୀରେ ପହଁଚିବା ପରେ ତାଙ୍କୁ ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଗତ ଶନିବାର ରାତିରେ ଚୁଲି ଭାଙ୍ଗିବା ଘଟଣାକୁ ତର୍ଜମା କରିଛନ୍ତି ଶ୍ରୀଯୁକ୍ତ ଯାଦବ । ଶ୍ରୀମନ୍ଦିରକୁ କିଭଳି ଅଧିକ ସୁରକ୍ଷା ଦିଆଯାଇ ପାରିବ ସେ ନେଇ ଅନୁଧ୍ୟାନ କରିଛନ୍ତି ।

ଅନ୍ୟପଟେ ଚୁଲି ଭଙ୍ଗା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ନିଜ ଦୋଷ ମାନିବା ସହ ଏପରି କରିବାର କାରଣ କହିଛି । ଯାହାକୁ ଶୁଣିକି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ତାକୁ ଭଲ ଲାଗିଲାନି ବୋଲି ଚୁଲି ଭାଙ୍ଗି ଦେଲା ବୋଲି ଅଭିଯୁକ୍ତ ଜଣକ କହିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts