ରାଜଧାନୀରେ ଚାଞ୍ଚଲ୍ୟ: ଶିଶୁକୁ ହତ୍ୟା କରି ବାପା-ମାଆଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ | ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ନିଜର ୧୫ ମାସର ଶିଶୁକୁ ପ୍ରଥମେ ହତ୍ୟା କରିବା ପରେ ପରେ ନିଜେ ଆତ୍ମହତ୍ୟା କରିଛନ୍ତି ବାପା-ମାଆ |

ମୃତକ ତୁଷାର ରାଜେନ୍ଦ୍ର ଜଗତପ ଓ ପତ୍ନୀ ନିଲା ତୁଷାର ଜଗତପ୍‌ ଥିବା ବେଳେ ଶିଶୁର ବୟସ ୧୫ ମାସ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମହାରାଷ୍ଟ୍ରର ବାସିନ୍ଦା ହେଉଛନ୍ତି ତୁଷାର ରାଜେନ୍ଦ୍ର ଜଗତପ। ସେ ଅଶୋକ ନଗରର ଏକ ହୋଟେଲରେ ରହି କାମ କରୁଥିଲେ। ତୁଷାରଙ୍କ ବାପା ସାବତ ମାଙ୍କ ନାଁରେ ମହାରାଷ୍ଟ୍ରରେ ଥିବା ସବୁ ଜମିବାଡି କରାଇଦେଇଥିବାରୁ ତୁଷାର ଏଭଳି ଚରମ ନିଷ୍ପତ୍ତି ନେଇଥିବା ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ପୋଲିସ ମୃତଦେହ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି।

Related Posts