ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିପାରେ ଶିବସେନା !

ମୁମ୍ବାଇ : ପାଖେଇ ଆସୁଛି ରାଷ୍ଟ୍ରପତି ନିର୍ବାଚନ । ଏନେଇ ସମର୍ଥନ ଯୋଗାଡ଼ରେ ଲାଗି ପଡିଛି ବିଜେପି | ଏନ୍‌ଡିଏ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇବା ନେଇ ବିଭିନ୍ନ ଦଳ ସହିତ ଆଲୋଚନା କରୁଛନ୍ତି । ଏସବୁ ଭିତରେ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ନେଇ ଶିବସେନା ସୁପ୍ରିମୋଙ୍କୁ ଏକ ଚିଠି ଲେଖଛନ୍ତି ସାଂସଦ ।

ମିଳିଥିବା ତଥ୍ୟ ଅନୁସାରେ, ଶିବସେନା ସାଂସଦ ରାହୁଲ ଶିବାଳେ ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଦଳର ସମସ୍ତ ସାଂସଦ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ କରନ୍ତୁ । ଦଳର ସମସ୍ତ ସାଂସଦ ଏନ୍‌ଡିଏ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା ପାଇଁ ଉଦ୍ଧବ ଠାକରେଙ୍କୁ ସାଂସଦ ଚିଠି ଲେଖିଛନ୍ତି । ମେଣ୍ଟରୁ ବାହାରି ସ୍ୱତନ୍ତ୍ର ଭାବେ ଦେଶର ହିତ ପାଇଁ ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ କହିଛନ୍ତି । ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ମହିଳା, ଏବଂ ସାମାଜ ପାଇଁ ତାଙ୍କର ଯୋଗଦାନ ବହୁତ ଅଧିକ ରହିଛି ।

ସେହିପରି ଚିଠିରେ ସାଂସଦ ଏହି କଥା ମଧ୍ୟ ଉଲ୍ଲେଖ କହିଛନ୍ତି ଯେ, ପୂର୍ବରୁ ଶିବସେନାର ସଂସ୍ଥାପକ ବାଲା ସାହେବ ଠାକରେ ବିଜେପି ସହିତ ମେଣ୍ଟରେ ଥାଇ ମଧ୍ୟ ପ୍ରତିଭା ପାଟିଲଙ୍କୁ ସମର୍ଥନ ଦେଇଥିଲା । କାହିଁକି ନା ସେ ମହାରାଷ୍ଟ୍ରରେ ଥିଲେ । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ମଧ୍ୟ ଶିବସେନା ସମର୍ଥନ କରିଥିଲା ।

ତେବେ ସୁପ୍ରିମୋଙ୍କୁ ସାଂସଦଙ୍କ ପକ୍ଷରୁ ଏପରି ଚିଠିକୁ ନେଇ ଖୁବଶୀଘ୍ର ଏକ ବୈଠକ ବସିବାକୁ ଯାଉଛି ।

Related Posts