ଜେଲ ରୁ ଫେରିବା ପରେ ଶରଦ ପାଓ୍ବାରଙ୍କୁ ଭେଟିଲେ ଶିବସେନା ନେତା ସଞ୍ଜୟ ରାଉତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏନସିପି ସୁପ୍ରିମୋ ଶରଦ ପାଓ୍ବାରଙ୍କୁ ଭେଟିଲେ ଶିବସେନା ନେତା ସଞ୍ଜୟ ରାଉତ । ଗତକାଲି ସଂଧ୍ୟାରେ ଜେଲରୁ ଫେରିବା ପରେ ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଆଜି ଶରଦ ପାଓ୍ବରଙ୍କୁ ଭେଟିଛନ୍ତି ।

ଶରଦ ପାଓ୍ବାରଙ୍କୁ ତାଙ୍କ ବାସଭବନରେ ଭେଟି ଆଲୋଚନା କରିଛନ୍ତି ସଞ୍ଜୟ ରାଉତ । ବହୁଚର୍ଚ୍ଚିତ ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲାରେ ପ୍ରାୟ ୩ ମାସ ଧରି ଜେଲରେ ରହିବା ପରେ ଗତକାଲି ବେଲ ପାଇଥିଲେ ସଞ୍ଜୟ ରାଉତ । କୋର୍ଟଙ୍କ ଜାମିନ ମଞ୍ଜୁର ପରେ ଗତକାଲି ସଂଧ୍ୟାରେ ସେ ମୁମ୍ବାଇର ଆର୍ଥରରୋଡ ଜେଲରୁ ବାହାରିଥିଲେ । ଜେଲରୁ ବାହାରିବା ବେଳେ ଗାଡି ଉପରେ ଚଢି ପ୍ରଶଂସକ ଓ ସମର୍ଥକୁ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ ସଞ୍ଜୟ ।

ବହୁଚର୍ଚ୍ଚିତ ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲାରେ ଗିରଫ ହୋଇଥିବା ଶିବସେନା ନେତା ତଥା ସଞ୍ଜୟ ରାଉତଙ୍କୁ ଗତକାଲି ଜାମିନ ପ୍ରଦାନ କରିଥିଲେ କୋର୍ଟ । ପିଏମଏଲଏ କୋର୍ଟ ଚଳିତ ମାସ ୨ ତାରିଖରେ ସଞ୍ଜୟଙ୍କ ନ୍ୟାୟିକ ହେପାଜତ ଅବଧିକୁ ବୃଦ୍ଧି କରିଥିଲେ । ଅଗଷ୍ଟ ପହିଲାରେ ଗିରଫ ହେବା ପରେ ରାଉତଙ୍କ ଜାମିନ ଖାରଜ ହେବା ସହ ନ୍ୟାୟିକ ହାଜତ ଅବଧି ମଧ୍ୟ କ୍ରମାଗତ ଭାବେ ବଢିବାରେ ଲାଗିଥିଲା । ଗତକାଲି ଜାମିନ ଆବେଦନର ଶୁଣାଣି କରି ସଞ୍ଜୟ ରାଉତଙ୍କୁ ଜାମିନ ପ୍ରଦାନ କରିଥିଲେ କୋର୍ଟ ।

ବହୁଚର୍ଚ୍ଚିତ ପାତ୍ର ଚାୱାଲ ଲ୍ୟାଣ୍ଡ ସ୍କାମ୍‌ ମାମଲା ୧ ହଜାର ୩୪ କୋଟି ଟଙ୍କା ଅନିୟମିତା ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପିଏମଏଲଏ କୋର୍ଟରେ ମାମଲା ଦାଖଲ କରିଥିଲା । ଇଡି କିଛି ଦିନ ପୂର୍ବରୁ ମାମଲାରେ ଚାର୍ଜସିଟ ଦାଖଲ କରିଥିଲା । ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ୧ ହଜାର ୩୪ କୋଟି ଟଙ୍କା ଅନିୟମିତା ହୋଇଥିବା ଅଭିଯୋଗ ହୋଇଥିଲା । ଗିରଫଦାରୀ ପୂର୍ବରୁ ସଞ୍ଜୟଙ୍କ ବାସଭବନରେ ହୋଇଥିବା ଚଢାଉରେ ମାତ୍ର ୧୧ ଲକ୍ଷ ଟଙ୍କା ଜବତ କରିବାରେ ସଫଳ ହୋଇଥିଲା ଇଡି । ପୂର୍ବରୁ ଏହି ମାମଲାରେ ଉଭୟ ରାଉତ ଦମ୍ପତିଙ୍କୁ ସମନ କରିବା ସହ ଏକାଧିକ ପର୍ଯ୍ୟାୟରେ କିଛି ସମ୍ପତ୍ତି ମଧ୍ୟ ଜବତ କରିଥିଲା ତଦନ୍ତକାରୀ ସଂସ୍ଥା । ପରେ ଅଗଷ୍ଟରେ ସଞ୍ଜୟଙ୍କୁ ଗିରଫ କରାଯାଇଥିଲା ।

Related Posts