କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବେ ଶଶି ଥରୁର !

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଦଳର କିଛି ନେତା ରାହୁଲ ଗାନ୍ଧି ପୁଣି କଂଗ୍ରେସର ମଙ୍ଗ ଧରନ୍ତୁ ବୋଲି ଚାହୁଁଛନ୍ତି। କିନ୍ତୁ ରାହୁଲ ଏହି ଦାୟିତ୍ୱ ନେବାକୁ ମନା କରିଦେଇଥିବା ଜଣା ପଡିଛି। ଏସବୁ ଭିତରେ କିନ୍ତୁ ସମସ୍ତଙ୍କ ନଜର ଏବେ ଜି-୨୩ ନେତାଙ୍କ ଉପରେ ରହିଛି । କୁହାଯାଉଛି କି ଯଦି ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ହେବାକୁ ଅମଙ୍ଗ ହୁଅନ୍ତି ତେବେ ଜି-୨୩ର କେହି ନେତା ଏହି ପଦ ପାଇଁ ନିର୍ବାଚନ ଲଢି ପାରନ୍ତି । ତେବେ ଏହି ରେସରେ ଶଶି ଥରୁର, ମନିଷ ତିୱାରୀ କିମ୍ବା ପୃଥ୍ୱିବରାଜ ଚୌହାନ ମଇଦାନକୁ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏହାରି ଭିତରେ ମିଳିଥିବା ସୂଚନା ଅନୁସାରେ, କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବାକୁ ସମ୍ଭାବନା ଖୋଜୁଛନ୍ତି । ହେଲେ ଏ ନେଇ ସେ ଅନ୍ତିମ ନିଷ୍ପତ୍ତି ନେଇ ନାହାନ୍ତି । ମଳିଥିବା ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ଥରୁର ଏବେ ଏଥିପାଇଁ ମନ ବଳାଇ ନାହାନ୍ତି, ହେଲେ ଏ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନେଇ ପାରନ୍ତି ବୋଲି ଜଣା ପଡିଛି । ଏ ସମ୍ପର୍କରେ କିଛି ଟିପ୍ପଣି ଦେବାକୁ ଥରୁର ମନା କରି ଦେଇଛନ୍ତି । ତେବେ ସେ ମଲାୟାଲମର ଦୈନିକ ଖବରକାଗଜ ମାତୃଭୂମୀରେ ଏକ ଲେଖା ଲେଖିଛନ୍ତି, ଯେଉଁଥିରେ ସେ ଦଳ ଭିତରେ ସ୍ୱତନ୍ତ୍ର ଓ ନିରପେକ୍ଷ ନିର୍ବାଚନ ପାଇଁ ଆହ୍ୱାନ କରିଛନ୍ତି । ଏହାସହ ଏହି ଲେଖାରେ ସେ କଂଗ୍ରେସ କାର୍ଯ୍ୟ ସମିତି (ସିଡବ୍ଲୁସି) ର ସମସ୍ତ ଆସନ ପାଇଁ ଦଳ ନିର୍ବାଚନ ଘୋଷଣା କରିବା ଦରକାର ବୋଲି କହିଛନ୍ତି । ତେବେ ଏହି ଲେଖାକୁ ଲକ୍ଷ୍ୟ କଲେ ଥରୁର ଯେ କଂଗ୍ରେସ ସଭାପତି ହେବାକୁ ମନ ବଳାଇଛନ୍ତି ତାହା ଜଣା ପଡ଼ୁଛି।

ତେବେ ରାହୁଲ ଗାନ୍ଧୀ ଯଦି ଏହି ପଦ ପାଇଁ ନାମାଙ୍କନ ଭରନ୍ତି ତେବେ ତାଙ୍କ ବିରୋଧ ରେ କେହି ନିର୍ବାଚନ ଲଢ଼ିବେ ନାହିଁ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ଗାନ୍ଧୀ ପରିବାର ଛଡା ଅନ୍ୟ କେହି ନାମାଙ୍କନ ଭରିଲେ କେହି ଜଣେ ଜି-୨୩ ନେତା ତାଙ୍କ ବିରୋଧ ରେ ନିର୍ବାଚନ ଲଢି ପାରନ୍ତି। ତେବେ ଏସବୁ ଭିତରେ ସମସ୍ତଙ୍କ ମନରେ ପ୍ରଶ୍ନ କ’ଣ ପୁଣିଥରେ ବା ତୃତୀୟ ଥର କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମୁକାବିଲା ହେବ । ସୂଚନାଯୋଗ୍ୟ ଯେ, ଗତ ୩ ଦଶକ ମଧ୍ୟରେ ୨ଥର କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା । ଚଳିତ ଥର ଏହି ନିର୍ବାଚନରେ ପ୍ରତିଦ୍ବନ୍ଦିତା ହେଲେ ଏହା ତୃତୀୟ ଘଟଣା ହେବ ବୋଲି ଜଣା ପଡିଛି।

Related Posts