ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବାପରେ ଖଡଗେଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ଶଶୀ ଥରୁର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ମଲ୍ଲିକାର୍ଜୁନ ଖଡଗେ । ବିଭିନ୍ନ ଆଡୁ ତାଙ୍କୁ ଶୁଭେଚ୍ଛା ମିଳୁଛି । ସେପଟେ ପରାଜିତ ହୋଇଥିବା ପ୍ରାର୍ଥୀ ଶଶୀ ଥରୁର ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ କରି ମଲ୍ଲିକାର୍ଜୁନ ଖଡଗେଙ୍କ ସହ ସାକ୍ଷାତର ଫଟୋ ସେୟାର କରିଛନ୍ତି ଥରୁର । ଏହା ସହିତ ଟ୍ୱିଟରେ ଥରୁର ଲେଖିଛନ୍ତି ଯେ, କଂଗ୍ରେସର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାରୁ ମଲ୍ଲିକାର୍ଜୁନ ଖଡଗେଙ୍କୁ ଅଭିନନ୍ଦନ। କଂଗ୍ରେସକୁ ମଜବୁତ କରିବା ପାଇଁ ମୁଁ ତାଙ୍କୁ ଯଥା ସମ୍ଭବ ସହଯୋଗ କରିବି । ଆମ ଦୁହିଁଙ୍କ ମଧ୍ୟରେ ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ପ୍ରତିଦ୍ବନ୍ଦିତା କଂଗ୍ରେସକୁ ଆହୁରି ଅଧିକ ମଜବୁତ୍ କରିବ ବୋଲି ଥରୁର ନିଜ ଟ୍ୱିଟରେ ଲେଖିଛନ୍ତି।

ସୂଚନାଯୋଗ୍ୟ ଯେ, ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସ ଜଣେ ଅଣଗାନ୍ଧୀ ଅଧ୍ୟକ୍ଷ ପାଇଛି। ଏହି ନିର୍ବାଚନ ପାଇଁ ସୋମବାର ଦେଶ ବ୍ୟାପୀ ଭୋଟ ହୋଇଥିଲା। ପ୍ରାୟ ୯୦୦୦ ପିସିସି ପ୍ରତିନିଧି ଦଳର ଅଧ୍ୟକ୍ଷ ପଦ ପାଇଁ ମତଦାନ କରିଥିଲେ। ଆଜି ଏହି ନିର୍ବାଚନର ଭୋଟ ଗଣତି ହୋଇଥିଲା। ଏହି ନିର୍ବାଚନରେ ମଲ୍ଲିକାର୍ଜୁନ ଖଡଗେଙ୍କୁ ୭୮୯୭ ଭୋଟ ମିଳିଥିବା ବେଳେ ଥରୁରଙ୍କୁ ୧୦୭୨ ଭୋଟ ମିଳିଛି ।

Related Posts