୨୦୨୨ରେ ରାଷ୍ଟ୍ରପତି ହେବା ପାଇଁ ଇଚ୍ଛୁକ ଅଛନ୍ତି ଶରଦ ପାୱାର : ପ୍ରଶାନ୍ତ କିଶୋରଙ୍କ ସହ ବୈଠକକୁ ନେଇ ଚର୍ଚ୍ଚା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ ସପ୍ତାହରେ ମହାରାଷ୍ଟ୍ରରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ବୈଠକକୁ ନେଇ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା । ରାଜନୀତି ବିଶେଷଜ୍ଞଙ୍କ ଆକଳନ ହେଉଛି ଏହି ଦୁଇଜଣଙ୍କର ଏହି ସାକ୍ଷାତକାର ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ମୋର୍ଚ୍ଚା ଖୋଲିବା । ପ୍ରକାଶ ଥାଉକି, ଗତ ଏକ ମାସ ଧରି ଚର୍ଚ୍ଚା ହେଉଛି ଯେ ଶରଦ ପାୱାର ନିଜକୁ ୨୦୨୨ ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଚିନ୍ତା କରୁଛନ୍ତି । କେବଳ ଏତିକି ନୁହେଁ, ବିଭିନ୍ନ ରାଜନୈତିକ ଦଳ ସହ ତାଙ୍କର ସୁସମ୍ପର୍କ ଯୋଗୁଁ ବିଜେପି ପାଇଁ ଶରଦ ପାୱାର ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରନ୍ତି । ତେବେ କିଛି ଦିନ ପୂର୍ବରୁ ଶରଦ ପାୱାରଙ୍କ ଦିଲ୍ଲୀ ବାସଭବନରେ ଯଶବନ୍ତ ସିହ୍ନାଙ୍କ ରାଷ୍ଟ୍ରା ମଞ୍ଚ ବ୍ୟାନରରେ ହୋଇଥିବା ବୈଠକରେ ଅନେକ ବିରୋଧୀ ଦଳ ଉପସ୍ଥିତ ନଥିଲେ । ସେମାନଙ୍କ ମଧ୍ୟରେ ସବୁଠାରୁ ବଡ ନାମ ଥିଲା ମୁଖ୍ୟ ବିରୋଧୀ ଦଳ କଂଗ୍ରେସ । ଏହା ପରେ ଶରଦ ପାୱାର ମଧ୍ୟ ଏହି କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିଲେ ଏବଂ କହିଥିଲେ ଯେ ସେ ଏହି ବୈଠକର ଆୟୋଜକ ନୁହଁନ୍ତି। ବିରୋଧୀଙ୍କୁ ଏକଜୁଟ ରଖିବା ପାଇଁ ରାଷ୍ଟ୍ରୀୟ ମଞ୍ଚର ଏହି ବିଫଳତା ପରେ ପ୍ରଶାନ୍ତ କିଶୋର ନିଜେ କହିଥିଲେ ଯେ ବିଜେପି ବିରୋଧରେ ତୃତୀୟ ସାମ୍ମୁଖ୍ୟର କୌଣସି ପ୍ରସ୍ତାବ ନାହିଁ। ପି.କେ କହିଛନ୍ତି ଯେ କୌଣସି ତୃତୀୟ କିମ୍ବା ଚତୁର୍ଥ ସାମ୍ମୁଖ୍ୟ ବିଜେପିକୁ ଜୋରଦାର ଚ୍ୟାଲେଞ୍ଜ କରିବ ସେ ଏଥିରେ ବିଶ୍ୱାସ କରନ୍ତି ନାହିଁ। ସେ ଏହି ମଡେଲକୁ ପୁରୁଣା ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ପ୍ରତ୍ୟେକ ରାଜ୍ୟ ଗୁଡିକରେ କ’ଣ କାମ କରାଯାଇପାରିବ ସେ ନେଇ ବିଚାର ଚାଲିଛି। ଏଭଳି ପରିସ୍ଥିତିରେ ପି.କେ ଓ ଶରଦ ପାୱାର ଭେଟଘାଟକୁ ନେଇ ଆଉ ଏକ ରାଜନୈତିକ ଆକଳନ କରାଯାଉଛି। ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ ରାଷ୍ଟ୍ରପତି ନିର୍ବାଚନରେ ଜଣେ ମଜବୁତ୍ ପ୍ରାର୍ଥୀ ଦେବା ପାଇଁ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ବିଶେଷ କଥା ହେଉଛି ଶରଦ ପାୱାର ନିଜେ ଏହି ପଦ ପାଇଁ ଉପଯୁକ୍ତ ନେତା ଭାବରେ ବିବେଚିତ ହୋଇଛନ୍ତି। ଶରଦ ପାୱାରଙ୍କ ବୟସ ୮୦, ସେ ଜଣେ ଭେଟେରାନ ରାଜନେତା ଯିଏ କି ତାଙ୍କ ଝିଅ ସୁପ୍ରିୟା ସୁଲେଙ୍କ ସହ ବିଭିନ୍ନ ରାଜନୈତିକ ମହଲରେ ବର୍ଷ ବର୍ଷ ଧରି ସମ୍ପର୍କ ସ୍ଥାପନ କରିଥିଲେ। ଏଭଳି ପରିସ୍ଥିତିରେ ରାଷ୍ଟ୍ରପତି ପଦ ପାଇଁ ଛିଡା ହେବାକୁ ଶରଦ ପାୱାରଙ୍କ ନିଷ୍ପତ୍ତି ମଧ୍ୟ ବିରୋଧୀଙ୍କ ଏକଜୁଟ୍ ହେବାର ସଙ୍କେତ ଦେଇପାରେ। ରାଷ୍ଟ୍ରପତି ନିର୍ବାଚନରେ ବିଜେପି ପାଇଁ ମଧ୍ୟ ପାୱାରଙ୍କ ପ୍ରାର୍ଥୀ ହେବା ଅଡୁଆ ସୃଷ୍ଟି କରିପାରେ । ଏଭଳି ପରିସ୍ଥିତିରେ ଉତ୍ତରପ୍ରଦେଶର ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ମୋଦୀ ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି କୁହାଯାଉଛି।

Related Posts