ପ୍ରଧାନମନ୍ତ୍ରୀ ରେସରୁ ବାଦ୍ ପଡ଼ିଲେ ଶାହ ମହମ୍ମଦ କୁରେଶୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ରେସରୁ ବାଦ୍ ପଡ଼ିଲେ ଶାହ ମହମ୍ମଦ କୁରେଶୀ । ତେବେ ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ଦୌଡ଼ରୁ ଓହରିଗଲେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ। ପାକିସ୍ତାନ ସଂସଦରେ ଏବେ ପ୍ରଧାନମନ୍ତ୍ରୀ ପଦ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହାର ଠିକ ପୂର୍ବରୁ ପ୍ରଧାନମନ୍ତ୍ରୀ ରେସରୁ ବାଦ୍ ପଡ଼ିଛନ୍ତି କୁରେଶୀ। ଗତକାଲି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ କୁରେଶୀ। ହେଲେ ଏବେ ମତଦାନର ଅବ୍ୟବହିତ ପୂର୍ବରୁ ସେ ନିଜ ପ୍ରାର୍ଥୀତ୍ବ ଫେରାଇ ନେଇଛନ୍ତି।

ଆଉ କିଛି ସମୟ ମଧ୍ୟରେ ପାକିସ୍ତାନକୁ ଜଣେ ନୂତନ ପ୍ରଧାନମନ୍ତ୍ରୀ ମିଳିବେ। କୁରେଶୀ ଦୌଡ଼ରୁ ଓହରିବା ପରେ ପିଏମଏଲ-ଏନ ନେତା ଶେହବାଜ ଶରିଫ ପ୍ରଧାନମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଏବେ ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ପଦ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ଆଜି ରାତିରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବେ। ଏ ଖବର ସାମ୍ନାକୁ ଆସିବା ପରେ ଏହା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts