ସେପ୍ଟେମ୍ବର ୩ରୁ ସ୍ବତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଆରମ୍ଭ

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୩ ତାରିଖ ଠାରୁ ଆରମ୍ଭ ହେବ ସ୍ବତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) । ୩ ତାରିଖରୁ ଆରମ୍ଭ ହୋଇ ୪ ଓ ୭ ତାରିଖରେ ଏହି ପରୀକ୍ଷା ହେବ। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମୋଡରେ ୪ଟି ସିଫ୍ଟରେ ପରୀକ୍ଷାର ଆୟୋଜନ କରାଯିବ ବୋଲି ଓଡ଼ିଶା ଓଜେଇ ଚେୟାରମ୍ୟାନ୍‌ ସୂଚନା ଦେଇଛନ୍ତି। ପରୀକ୍ଷା ସୂଚୀ ଓଜେଇର ୱେବସାଇଟ୍‌ www.ojee.nic/www.odishajee.comରେ ଉପଲବ୍ଧ ହେବ।

ଓଜେଇଇ ପକ୍ଷରୁ କୁହାଯାଇଛି ଯେ, ସେପ୍ଟେମ୍ବର ୩ ତାରିଖରେ ଏମ୍‌ବିଏ ପାଇଁ ପରୀକ୍ଷା ପୂର୍ବାହ୍ନ ୯ଟାରୁ ୧୦ ଓ ସାଢ଼େ ୧୧ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ହେବ। ସେହିଭଳି ‌ଏଲ୍‌ଇ-ଟେକ୍‌ (ଡିପ୍ଲୋମା) ପାଇଁ ଅପରାହ୍ନ ୨ଟାରୁ ୩ଟା ଏବଂ ସାଢ଼େ ୪ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। ସେପ୍ଟେମ୍ବର ୪ ତାରିଖ ବି ଟେକ୍‌ ପାଇଁ ସକାଳ ୯ଟାରୁ ୧୦ଟା, ସାଢ଼େ ୧୧ଟାରୁ ସାଢ଼େ ୧୨ଟା ଏବଂ ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ପରୀକ୍ଷା କରାଯିବ। ‌

ସେହିଭଳି ସେପ୍ଟେମ୍ବର ୭ ତାରିଖ ପୂର୍ବାହ୍ନ ୯ଟାରୁ ୧୦ଟା ବି ଫାର୍ମ, ଦିନ ସାଢ଼େ ୧୧ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ବି.ଫାର୍ମ ସହିତ ଏମ୍‌ ଟେକ୍‌ (ସବୁ ବିଷୟ) ଓ ଏମ୍‌ ଆର୍କିଟେକ ସହିତ ଏମ୍‌ ଫାର୍ମ ଏବଂ ଅପରାହ୍ନ ୨ଟାରୁ ୩ଟା ପର୍ଯ୍ୟନ୍ତ ପରୀକ୍ଷା ହେବ।

Related Posts