ବରିଷ୍ଠ ସେବାୟତ କାଳିଆ ପଢ଼ିହାରୀ ହତ୍ୟା ମାମଲା; ଆଉ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କଲା ପୁଲିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ କାଳିଆ ପଢ଼ିହାରୀ ହତ୍ୟା ମାମଲାରେ ଆଜି ଅନ୍ୟ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ ପୋଲିସ କ୍ରାଇମ୍ ସିନ୍ ରିକ୍ରିଏସନ କରିଛି। ସେପଟେ ପୋଲିସ ଚାରିଜଣ ଅଭିଯୁକ୍ତଙ୍କୁ ତିନିଦିନିଆ ରିମାଣ୍ଡରେ ଆଣିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଟୁଟୁ ଓ କୁନୁମୁନିକୁ ପୋଲିସ କ୍ରାଇମ୍ ସ୍ପଟ ବାରବାଟି ଯାଗା ଆଣି ସେଠାରେ ସମ୍ପୁର୍ଣ୍ଣ ଘଟଣାର କ୍ରାଇମ୍ ସିନ୍ ରିକ୍ରିଏସନ କରାଇଥିଲା। ଅନ୍ୟପଟେ ଗତ ୧୬ ତାରିଖରେ ବରିଷ୍ଠ ସେବାୟତ କାଳିଆ ପଢିଆରୀଙ୍କୁ ଏହି ଚାରିଜଣ ଅଭିଯୁକ୍ତ ଗୁଳି କରି ଅତି ବିଭତ୍ସ ଭାଵେ ହତ୍ୟା କରିଥିଲେ।

ଏହି ଘଟଣାର ସାତଦିନ ଭିତରେ ପୋଲିସ ମୁଖ୍ୟ ଷଡ଼ଯନ୍ତ୍ରକାରୀ ସହ ୧୦ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏବେ ଘଟଣାରେ ଅଭିଯୁକ୍ତଙ୍କ ଧରି କ୍ରାଇମ୍ ସିନ୍ ରିକ୍ରିଏସନ୍ କରୁଛି । ଶନିବାର ପ୍ରଥମ ପର‌୍ୟ୍ୟାୟ ରିକ୍ରିଏସନ୍ କରିଥିବା ବେଳେ ଆଜି ଦ୍ୱିତୀୟ ଦିନରେ ମଧ୍ୟ କ୍ରାଇମ୍ ସିନ୍ ରିକ୍ରିଏସନ କରିଛି ପୋଲିସ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts