ମାର୍ଚ୍ଚ ୧ରୁ ହେବ ଯୁକ୍ତ ୨ ପରୀକ୍ଷା, ଫେବୃୟାରୀ ୧ରୁ ଆରମ୍ଭ ହେବ ପ୍ରାକ୍ଟିକାଲ

ଭୁବନେଶ୍ୱର,୩୧/୧୨(ସତ୍ୟପାଠ ବ୍ୟୁରୋ): ରାଜ୍ୟର ଯୁକ୍ତ ୨ ଦ୍ବିତୀୟ ବର୍ଷରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ବଡ଼ ଖବର। ଆସନ୍ତା ମାର୍ଚ୍ଚ ୧ ତାରିଖ ଠାରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ। ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପଢୁଥିବା ଛାତ୍ରଛାତ୍ରୀମାନେ ବୋର୍ଡ ପରୀକ୍ଷା ‌ଦେବେ। ବାର୍ଷିକ ପରୀକ୍ଷା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ ) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ଯୁକ୍ତ ୨ ବୋର୍ଡ ପରୀକ୍ଷା ନେଇ ସିଏଚ୍‌ଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ମାର୍ଚ୍ଚ ୧ ତାରିଖ ଠାରୁ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ହେବ। ସେହିପରି କଳା ଓ ବାଣିଜ୍ୟ ବିଷୟରେ ୨ ତାରିଖରେ ହେବାକୁ ଥିବା ବେଳେ ମାର୍ଚ୍ଚ ୩ ତାରିଖରୁ ଧନ୍ଦାମୂଳକ ବିଷୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ହେବ । ୧୫ ମିନିଟ ଆଗରୁ ମିଳିବ ଉତ୍ତରଖାତା ଓ ୯ଟା ୫୫ରେ ମିଳିବ ପ୍ରଶ୍ନପତ୍ର । ତେବେ ପ୍ରଥମ ଦିନ ମାତୃଭାଷା ବିଷୟରେ ପରୀକ୍ଷା ହେବ । ସେହିଭଳି ଏବର୍ଷ ସିସିଟିଭି ନିୟନ୍ତ୍ରଣରେ ରହିବ ରାଜ୍ୟର ସବୁ ପରୀକ୍ଷା କେନ୍ଦ୍ର । ତେବେ ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ଫେବୃୟାରୀ ୧ ତାରିଖ ଠାରୁ ଆରମ୍ଭ ହୋଇ ୧୦ ତାରିଖ ମଧ୍ୟରେ ଶେଷ ହେବ।

Related Posts