ସ୍କୁଲ ପିଲା ପଢ଼ିବେ ଶ୍ରୀମଦ୍ ଭଗବତ ଗୀତା: ଗୁଜରାଟ ସରକାର

ଗୁଜରାଟ ସରକାର ସ୍କୁଲ ପିଲାଙ୍କ ପାଠ୍ୟ ପୁସ୍ତକରେ ଶ୍ରୀମଦ୍ ଭଗବତ ଗୀତାକୁ ଯୋଡ଼ି ଛନ୍ତି । ଏଣିକି ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ସ୍କୁଲ ଓ କଲେଜରେ ଭଗବତ ଗୀତା ପଢିବେ । ନିଜ ରାଜ୍ୟରେ ଏବେ ଏଭଳି କିଛି ନୂଆ ଶିକ୍ଷାନୀତି ଆଣିଛନ୍ତି ଗୁଜରାଟ ସରକାର ।

ଗୁଜରାଟ ସରକାରଙ୍କ ଏହି ନୂଆ ଶିକ୍ଷାନୀତି ଅନୁସାରେ, ପ୍ରଦେଶର ସବୁ ସ୍କୁଲରେ ପିଲାମାନଙ୍କୁ ଭଗବତ ଗୀତାର ସିଦ୍ଧାନ୍ତ ଓ ମୂଲ୍ୟବୋଧ ପଢାଯିବ । ସରକାରଙ୍କ ତରଫରୁ ଜାରି କରାଯାଇଥିବା ସୂଚନା ମୁତାବକ, ସ୍କୁଲରେ ପିଲାମାନେ ଗୀତା ସମ୍ବନ୍ଧୀୟ ଜ୍ଞାନ ଓ ଏହାର ମୂଲ୍ୟବୋଧକୁ ଜାଣିବା ପାଇଁ ଗୀତା ଉପରେ ବିଭିନ୍ନ ବକ୍ତୃତା ପ୍ରତିଯୋଗିତା, ଶ୍ଲୋକ୍ ଗାନ ଓ ସାହିତ୍ୟ ଆୟୋଜନ ମଧ୍ୟ କରାଯିବ । ତେବେ ସରକାରଙ୍କ ଏହି ଘୋଷଣା ପଛରେ ଆଗକୁ ଆସୁଥିବା ବିଧାନସଭା ନିର୍ବାଚନ ହିଁ ପ୍ରମୁଖ କାରଣ ବୋଲି କୁହାଯାଉଛି ।

ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ବର୍ଷ ଫେବ୍ରୁଆରୀ ୧୮ ତାରିଖରେ ଶେଷ ହେବାକୁ ଯାଉଛି । ହେଲେ ଚଳିତ ବର୍ଷ ଶେଷ ଆଡକୁ ହିଁ ଏହି ରାଜ୍ୟରେ ନିର୍ବାଚନ କରାଯାଇପାରେ ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି । ରାଜ୍ୟରେ ଏବେ ବିଜେପି ସରକାରରେ ଥିବାବେଳେ, ଏଥର ନିର୍ବାଚନରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିପାରେ ବୋଲି ଆକଳନ ପ୍ରକାଶ ପାଉଛି ।

Related Posts