କୋଣାର୍କ ମନ୍ଦିର ଗର୍ଭଗୃହରୁ ବାହାରିବ ବାଲି; ସ୍ଥିତି ସମୀକ୍ଷା କଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଜଗମୋହନରୁ ପ୍ରାୟ ୧୨୦ ବର୍ଷ ପରେ ବାଲି ବାହାର କରାଯିବ । ୧୯୦୩ ମସିହାରୁ ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ୱାରକୁ ବନ୍ଦ କରାଯାଇଥିଲା। ଏବେ ବାଲି ବାହାରିବା ନେଇ ଏଏସଆଇ ତତ୍ପରତା ଦେଖାଇଛି। ଗତକାଲି ଏନେଇ ଏଏସଆଇ ପକ୍ଷରୁ ବିଧିବଦ୍ଧ ପୂଜାର୍ଚ୍ଚନା ମଧ୍ୟ କରାଯାଇଛି। ଏହାପରେ ଶୁକ୍ରବାର ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂର୍ଯ୍ୟମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ସେ ଏଏସଆଇ ଓ ବିଡ଼ିଆର ନିର୍ମାଣ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା କାରିଛନ୍ତି।

ସୂଚନାନୁଯାୟୀ, ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଏକ ସ୍ୱତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୂଡ଼ାରୁ ଗର୍ଭଗୃହରେ ରହିଥିବା ବାଲିଗୁଡିକୁ ମନ୍ଦିର ପାଦଦେଶକୁ ସୁରକ୍ଷିତ ଉପାୟରେ ପର୍ଯ୍ୟାୟକ୍ରମେ ବାହାର କରାଯିବ। ଏଥିପାଇଁ ପ୍ରାୟ ୩ ବର୍ଷ ସମୟ ଲାଗିବ। ମନ୍ଦିର କୀର୍ତ୍ତିରାଜି ପ୍ରତି ବିଶେଷ ଧ୍ୟାନ ଦିଆଯିବ I ଚୂଡ଼ାରେ ୫/୬ ଫୁଟ ରେ ଗର୍ତ୍ତ କରାଯାଇ ବାଲି ଗୁଡିକ ଲିଫ୍ଟ ମାଧ୍ୟମରେ ବାହାରିବ। ଏଥିପାଇଁ ସମସ୍ତ ଦିଗ ପ୍ରତି ଧ୍ୟାନ ଦିଆଯିବ I ସମସ୍ତ ତର୍ଯ୍ୟମା ପରେ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି ବାହାରିବା ନେଇ ନିଷ୍ପତି ହୋଇଥିବା ସର୍କଲ ସୁପେରିଟେଣ୍ଡେଣ୍ଟ ଶ୍ରୀମଲ୍ଲିକ ସୂଚନା ଦେଇଛନ୍ତି I

Related Posts