ରାମପୁର ଆସନ ପାଇଁ ପ୍ରାର୍ଥୀ ବଦଳାଇଲା ସମାଜବାଦୀ ପାର୍ଟି; ତଞ୍ଜିନ ଫାତିମା ନୁହନ୍ତି ବରଂ ଆସୀମ ରାଜା ହେବେ ଏସପି ପ୍ରାର୍ଥୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାମପୁର ଆସନ ପାଇଁ ପ୍ରାର୍ଥୀ ବଦଳାଇଲା ସମାଜବାଦୀ ପାର୍ଟି । ସେପଟେ ଆଜମ ଖାନଙ୍କ ଇସ୍ତଫା ପରେ ଜୁନ୍ ୨୩ରେ ଏହି ଆସନ ପାଇଁ ଲୋକସଭା ଉପନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବରୁ, ସପା ଆଜମ ଖାନଙ୍କ ପତ୍ନୀ ତଞ୍ଜିନ ଫାତିମାଙ୍କୁ ଏହି ଆସନ ପ୍ରାର୍ଥୀ କରିବାକୁ ଘୋଷଣା କରିଥିଲା। ହେଲେ ଶେଷ ମୂହୁର୍ତ୍ତରେ ଆସୀମ ରାଜାଙ୍କୁ ରାମପୁରରୁ ପ୍ରାର୍ଥୀ କରିଛି ସପା। ଆଜି ଆଜମ ଖାନ ନିଜେ ଆସୀମ ରାଜାଙ୍କ ନାଁ ଘୋଷଣା କରିଛନ୍ତି।

ଆସୀମ ରାଜା ଆଜାମ ଖାନଙ୍କ ଭଲ ବନ୍ଧୁ ହୋଇଥିବା ସହ ସେ ରାମପୁରରେ ସମାଜବାଦୀ ପାର୍ଟିର ନଗର ଅଧ୍ୟକ୍ଷ ଅଛନ୍ତି। ସପା ପ୍ରାର୍ଥୀ କରିବା ପରେ ଆସୀମ ଆଜି ହିଁ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। ଜୁନ୍ ୨୩ରେ ଉପନିର୍ବାଚନ ହେବାକୁ ଥିବା ବେଳେ ରାମପୁରରୁ ଆସୀମ ରାଜା ଓ ଆଜମଗଡ଼ରୁ ଧର୍ମେନ୍ଦ୍ର ଯାଦବଙ୍କୁ ପ୍ରାର୍ଥୀ କରିଛି ସପା । ୨୩ରେ ନିର୍ବାଚନ ହେବା ସହ ଜୁନ୍ ୨୬ରେ ନିର୍ବାଚନ ଫଳାଫଳ ଆସିବ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts