ଜାତୀୟ ସଙ୍ଗୀତ ଭୁଲିଗଲେ ସମାଜବାଦୀ ଦଳର ନେତା

fa

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଉତ୍ତରପ୍ରଦେଶର ମୁରଦାବାଦରୁ ସମାଜବାଦୀ ପାର୍ଟି ସାଂସଦ ଡକ୍ଟର ଏସ.ଟି ହାସନ ଦେଶର ୭୫ ତମ ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରିଥିଲେ । କିନ୍ତୁ ସେ ଏହି କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତକୁ ଭୁଲିଯାଇଥିଲେ । ଏପରିକି ସାଂସଦ ହାସନ ପ୍ରଥମ ଧାଡି ପରେ ସିଧାସଳଖ ଜୟ ହେ.. ଜୟ ହେ… ଜପ କରି ଜାତୀୟ ସଂଗୀତ ସମାପ୍ତ କରିଥିଲେ। ସାଂସଦଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅପରିପକ୍ଷେ ଏହି ଭିଡିଓଟିକୁ ଅନେକ ବିରୋଧୀ ଦଳର ନେତାମାନେ ସମାଲୋଚନା କରି ନିଜ ନିଜ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ତେବେ ବିଜେପି ନେତା ସମ୍ବିତ ପାତ୍ରା ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ସେ ତାଙ୍କ ଟ୍ୱିଟ ଆକାଉଣ୍ଟରେ ପୋଷ୍ଟ କରିଥିଲେ ।

ଏବଂ ଜାତୀୟ ସଙ୍ଗୀତ ଭୁଲିଯାଇଥିବାରୁ ସମାଜବାଦି ପାର୍ଟି କର୍ମୀଙ୍କ ନିକଟକୁ କଡା ସାମାଲୋଚନା କରିଥିବାର ଦେଖିବା ପାଇଁ ମିଳିଥିଲା । ଅନ୍ୟପଟେ ଦେଶର ୭୫ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୫ ବର୍ଷ ପାଇଁ ଭାରତର ଭବିଷ୍ୟତ ଚାର୍ଟ କରି ସବକା ସାଥ, ସବକା ବିକାଶକୁ ଏକ ଗୌରବମୟ ଭାରତ ହାସଲ କରିଛନ୍ତି । ଓବିସି, କୃଷକ, ମହିଳା ଏବଂ ଗରିବଙ୍କୁ କେନ୍ଦ୍ର କରି ସରକାରୀ ଯୋଜନାଗୁଡିକ ତାଲିକାଭୁକ୍ତ କରି ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ ।

ସେଗୁଡିକ ହେଲା ମହିଳାମାନଙ୍କ ପାଇଁ ସୌନିକ ବିଦ୍ୟାଳୟ ଖୋଲିବା, ଜାତୀୟ ଭିତ୍ତିଭୂମି ଯୋଜନା, ଗତି ଶକ୍ତି ଯୋଜନା, ଜାତୀୟ ହାଇଡ୍ରୋଜେନ୍ ମିଶନ୍ । ପ୍ରଧାନମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମରେ ସହିଦ, ବିଭାଜନ ପୀଡିତଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପର କରିଥିଲେ ଏବଂ ତାଙ୍କର ୧.୫ ଘଣ୍ଟିଆ ଭାଷଣରେ ଭାରତୀୟ ଅଲିମ୍ପିଆନ ତଥା ଡାକ୍ତର ମାନଙ୍କୁ ପ୍ରଶଂସା କରିଥିଲେ ।

Related Posts