ସଚିନ ତେନ୍ଦୁଲକର ମୋର ଆଦର୍ଶ, ମୁଁ ସବୁବେଳେ ତାଙ୍କ ଭଳି ଖେଳିବାକୁ ଚେଷ୍ଟା କରୁଥିଲି: ମହେନ୍ଦ୍ର ସିଂ ଧୋନି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବର୍ତ୍ତମାନ ସୋସିଆଲ ମିଡିଆରେ ମହେନ୍ଦ୍ର ସିଂ ଧୋନିଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ତାଙ୍କ ଆଇପିଏଲ୍‌ ଦଳ ଚେନ୍ନାଇ ସୁପର କିଙ୍ଗ୍ସ (CSK) ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛି। ଭିଡିଓରେ ଧୋନି ପିଲାମାନଙ୍କ ସହ କଥା ହେଉଥିବାର ଦେଖାଯାଉଛନ୍ତି। ତେବେ ଏଥିରେ ଏକ ଖାସ୍‌ କଥା ହେଉଛି ଯେ ଭାରତୀୟ ଦଳର ଏହି ପୂର୍ବତନ ଅଧିନାୟକ କହୁଛନ୍ତି, କ୍ରିକେଟ୍‌ ଜଗତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ପିଲାଟି ବେଳୁ ତାଙ୍କର ଆଦର୍ଶ ରହି ଆସିଥିଲେ।ସେ ସବୁବେଳେ ତାଙ୍କ ଭଳି ହିଁ ଖେଳିବାକୁ ଚାହୁଁଥିଲେ। କିନ୍ତୁ ଏମିତି ସେ କେବେ ବି କରିପାରି ନ ଥିଲେ ବୋଲି ଏହି ଭିଡିଓରେ କହୁଥିବାର ଦଖିବାକୁ ମିଳିଛି।

୩୫ ସେକେଣ୍ଡର ଏହି ଭିଡିଓରେ ଧୋନିଙ୍କୁ ଜଣେ ବାଳକ ପଚାରୁଛନ୍ତି ଯେ ତାଙ୍କର ରୋଲ୍‌ ମଡେଲ ବା ଆଦର୍ଶ କିଏ? ତ ଏହି ପ୍ରଶ୍ନ ଉପରେ ଧୋନି ଉତ୍ତର ଦେଉଛନ୍ତି କି, ସବୁବେଳେ ହିଁ ତାଙ୍କର ରୋଲ୍‌ ମଡେଲ ସଚିନ ତେନ୍ଦୁଲକର ରହି ଆସିଛନ୍ତି ଏବଂ ସେ ପିଲାବେଳୁ ହିଁ ତାଙ୍କ ଷ୍ଟାଇଲରେ ଖେଳିବାକୁ ଚାହୁଁଥିଲେ। କିନ୍ତୁ ବହୁତ ଜଲ୍‌ଦି ସେ ଅନୁଭବ କରି ପାରିଥିଲେ କି, ସେ ତାଙ୍କ ଭଳି କେବେ ବି ଖେଳିପାରିବେ ନାହିଁ।

ଏହାପରେ ମହେନ୍ଦ୍ର ସିଂ ଧୋନିଙ୍କୁ ଆହୁରି ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚରା ଯାଇଥିଲା। ଏକ ପ୍ରଶ୍ନ ଥିଲା କି, ସ୍କୁଲ ଦିନରେ ତାଙ୍କ ପସନ୍ଦର ବିଷୟ କେଉଁଟା ଥିଲା? ତ ଏହା ଉପରେ ପ୍ରଥମେ ଧୋନି ସ୍ମିତହାସ୍ୟ କରିଥିଲେ ଏବଂ କହିଥିଲେ ଯେ ସ୍ପୋର୍ଟସ୍‌ କ୍ୱାଲିଫାଇଙ୍ଗ୍‌ ବିଷୟକୁ ହିଁ ସେ ବହୁତ ଭଲ ପାଉଥିଲେ। ଏହି ବିଷୟ ତାଙ୍କର ଫେଭରାଇଟ୍‌ ଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଲୋକେ ହସିବାକୁ ଲାଗିଥିଲେ ଏବଂ ଧୋନି ମଧ୍ୟ ହସୁଥିବାର ନଜର ଆସିଥିଲେ।

ସୂଚନାଯୋଗ୍ୟ ଯେ, ଧୋନି ହେଉଛନ୍ତି ଭାରତୀୟ କ୍ରିକେଟର ସବୁଠାରୁ ସଫଳତମ ଅଧିନାୟକ। ତାଙ୍କ ଅଧିନାୟକତ୍ୱରେ ଭାରତ ସର୍ବାଧିକ ୩ ଆଇସିସି ଟାଇଟଲ ନିଜ ନାମରେ କରିଛି। ତାଙ୍କ କ୍ୟାପ୍‌ଟେନ୍ସିରେ ଭାରତ ୨୦୦୭ ଟି୨୦ ବିଶ୍ୱକପ୍‌, ୨୦୧୧ ଦିନିକିଆ ବିଶ୍ୱକପ୍‌ ଏବଂ ୨୦୧୩ରେ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଟାଇଟଲ ଜିତିଥିଲା। ସୂଚନାଥାଉ କି, ଏମ୍‌ଏସ୍‌ ଧୋନି ବର୍ଷ ୨୦୧୯ରେ ଦିନିକିଆ ବିଶ୍ୱକପ୍‌ରେ ଶେଷ ଥର ଭାରତୀୟ ଟିମ୍‌ ପାଇଁ ଖେଳିଥିଲେ। ସେତେବେଳେ ଭାରତୀୟ ଟିମ୍‌ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ସେମିଫାଇନାଲ ପର୍ଯ୍ୟନ୍ତ ଯାଇପାରିଥିଲା।

Related Posts