ରୁଷର ଯୁଦ୍ଧ ଜାହାଜ ମୋସ୍କୋୱା ବୁଡିଯିବା ଘଟଣା: ପ୍ରତିଶୋଧ ନେବା ନେଇ କିଭ୍ ଉପରେ ଘନଘନ ବୋମା ବର୍ଷା କରୁଛି ରୁଷ

ନୂଆଦିଲ୍ଲୀ: ରୁଷ ଓ ୟୁକେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୫୦ ଦିନ ବିତିଯାଇଥିଲେ ମଧ୍ୟ, ଯୁଦ୍ଧ ଥମିବାର ନାଁ ଧରୁନି | ଯୁଦ୍ଧ ଆହୁରି ଉଗ୍ର ହେବାରେ ଲାଗିଛି | ଦୁହେଁ ପରସ୍ପର ଉପରେ ଲଗାତାର ଭାବେ ଆକ୍ରମଣ କରି ଚାଲିଛନ୍ତି |

ସେପଟେ ରୁଷର ଯୁଦ୍ଧ ଜାହାଜ ମୋସ୍କୋୱା ବୁଡିଯିବା ପରେ ବେଶ୍ ଆକ୍ରମକ ହୋଇଛି ରୁଷ। କିଭ୍ ଉପରେ ବୋମା ବର୍ଷା କରୁଛି। ଆଗାମୀ ଦିନରେ କିଭ୍ ଉପରେ ଆକ୍ରମଣ ଆହୁରି ଜୋରଦାର ହେବ ବୋଲି ରୁଷର ରକ୍ଷା ମନ୍ତ୍ରାଳୟ କହିଛି। ଦୁଇ ସପ୍ତାହ ହେବ କିଭରୁ ରୁଷ ସୈନ୍ୟ ହଟି ଯାଇଥିଲେ। ତେବେ ଶୁକ୍ରବାର କିଭ୍ ରେ ଥିବା ୟୁକ୍ରେନର ନେପଚ୍ୟୁନ୍ ମିଶାଇଲ ବନାଉଥିବା ପ୍ଲାଣ୍ଟ ଉପରେ ଆକ୍ରମଣ କରିଛି ରୁଷ ।

ୟୁକେନୀୟ ଯୁଦ୍ଧରେ ନୌସେନା ପୋତ ‘ମୋସ୍କ୍‌ଭା’ ବୁଡ଼ି ପରେ ତୃତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇଯାଇଥିବା କଥା ରାଷ୍ଟ୍ରାୟତ ରୁଷୀୟ ଟେଲିଭିଜନ୍‌ ଘୋଷଣା କରିଛି। ନିଆଁ ଲାଗିଯିବାରୁ ‘ମୋସ୍କ୍‌ଭା’ କ୍ଷତିଗ୍ରସ୍ତ ହୋଇଛି ବୋଲି ରୁଷ୍‌ କହୁଥିଲେ ମଧ୍ୟ ‘ନେପ୍‌ଚୁନ୍‌’ କ୍ଷେପଣାସ୍ତ୍ର ବଳରେ ମସ୍କୋର ଉକ୍ତ ଯୁଦ୍ଧପୋତକୁ କୃଷ୍ଣ ସାଗରରେ ଧ୍ବଂସ କରିଛି ବୋଲି ୟୁକ୍ରେନ୍‌ ଦାବି କରିଛି।

ପୂର୍ବ ୟୁକ୍ରେନରେ ସାଧାରଣ ଲୋକଙ୍କୁ ସୁରକ୍ଷିତ ଜାଗାକୁ ନେଇ ଯାଉଥିବା ଏକ ବସ ଉପରେ ରୁଷ ଆକ୍ରମଣ କରିଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଦୁଇ ଡଜନରୁ ଅଧିକ ଲୋକ ଆହତ ହୋଇଛନ୍ତି। ଚର୍ଣ୍ଣହିଭ୍ ରେ ମଧ୍ୟ ରଷ ସୈନ୍ୟ ଗୁଳିମାଡ କରିଛନ୍ତି। ୟୁକ୍ରେନ ଯବାନଙ୍କ ଉପରେ ମୋର୍ଟାର ମାଡ କରିଛି।

ଏହାରି ଭିତରେ ରୁଷ ଆମେରିକାକୁ ଏକ ଚିଠି ପଠାଇଛି। ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ନ ପଠାଇବାକୁ ଚେତାବନୀ ବି ଦେଇଛି। ରୁଷର କହିବା କଥା ଆମେରିକା ଏବଂ ନାଟୋ ପକ୍ଷରୁ ୟୁକ୍ରେନକୁ ଯୋଗାଇ ଦିଆଯାଉଥିବା ଅସ୍ତ୍ରଶସ୍ତ୍ର ନିଆଁରେ ଘିଅ ଢାଳିବା ପରି। ଏହାର ପରିଣତି ଭୟଙ୍କର ହେବ। ଆମେରିକା ୟୁକ୍ରେନକୁ ୮ଶହ ମିଲିୟନ ଡଲାର ଆର୍ଥିକ ସହାୟତା ସହ ଯୁଦ୍ଧାସ୍ତ୍ର ପଠାଇବାକୁ ଘୋଷଣା କରିଥିଲା।

ଅନ୍ୟପଟେ ୟୁକ୍ରେନ ପରେ ସ୍ବିଡେନ ଏବଂ ଫିନଲାଣ୍ଡ ପ୍ରତି ବିପଦ ଘନଉଛି। ନାଟୋରେ ସାମିଲ ହେବାକୁ ଏହି ଦୁଇ ଦେଶ ପ୍ରସ୍ତୁତି ଚଳାଇଥିବାବେଳେ ରୁଷ ପରମାଣୁ ଧମକ୍ ଦେଇଛି। କିଛି ଦିନ ତଳେ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଏକ ନୀଳ ରଙ୍ଗର ସିକ୍ରେଟ ନ୍ୟୁକ୍ଲିୟର ବ୍ରିଫ କ୍ୟାସ ଦେଖିବାକୁ ମିଳିଥିଲା। ଫିନଲାଣ୍ଡ ସୀମାରେ ରୁଷ ଯୁଦ୍ଧାସ୍ତ୍ର ମୁତୟନ କରିଛି।

Related Posts