୧୭ ଦିନରେ ରୁଷ ଓ ୟୁକ୍ରେନ ଯୁଦ୍ଧ; ରାଜଧାନୀ କିଭ୍ ଘେରିବାକୁ ୠଷ ସେନା ପକ୍ଷରୁ ଜୋରଦାର ଉଦ୍ୟମ

ଆଜିକୁ ୧୭ ଦିନରେ ପହଁଞ୍ଚିଛି ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ | ରୁଷ ସେନା ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଥିବା ବେଳେ, ୟୁକ୍ରେନ ସେନା ରୁଷ ସେନାଙ୍କ କଡା ମୁକାବିଲା କରିଛନ୍ତି | ଉଭୟ ଦେଶ ନିଜ ନିଜ ଜିଦ ରେ ଅଟଳ ଥିବା ବେଳେ, ଉଭୟଙ୍କ ମଧ୍ୟରେ ଯୁଦ୍ଧ ବନ୍ଦ ନେଇ ବସୁଥିବା ସମସ୍ତ ବୈଠକ ବିଫଳ ହେଉଛି | ଫଳ ସ୍ୱରୂପ ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଘନୀଭୂତ ହେବାରେ ଲାଗିଛି | ରୁଷ ସେନା ନିଜ ଉଗ୍ର ରୂପ ଦେଖାଇବା ସହ ୟୁକ୍ରେନ ର ଗୋଟିଏ ପରେ ଗୋଟିଏ ସହରକୁ ନିଜ କବ୍ଜା କୁ ନେବାରେ ଲାଗିଛନ୍ତି |

ସେପଟେ ରୁଷ ସେନା ଆକ୍ରମଣକୁ ଆହୁରି ତୀବ୍ର କରି ରାଜଧାନୀ କିଭ୍ ଘେରିବାକୁ ଜୋରଦାର ଉଦ୍ୟମ ଚଳାଇଛି । ଆଜି ଯୁଦ୍ଧର ୧୭ ଦିନରେ ୠଷ ସେନା ପକ୍ଷରୁ ଓଡେଶାରେ ଗୁଳିମାଡ଼ କରାଯାଉଛି । ୠଷର ସୈନ୍ୟମାନେ ୟୁକ୍ରେନର ପଶ୍ଚିମରେ ଥିବା ଲୁଟସ୍କ ବିମାନବନ୍ଦର ଉପରେ ଏୟାର ଷ୍ଟ୍ରାଇକ୍ କରିଛନ୍ତି ।

ଏଥିରେ ବିମାନ ବନ୍ଦରର ୨ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଏୟାର ଷ୍ଟ୍ରାଇକ୍ରେ ଧ୍ୱଂସ ହୋଇଯାଇଛି ବିମାନବନ୍ଦର । ସେହିପରି ପ୍ରଥମ ଥର ପାଇଁ ପୂର୍ବାଚଂଳ ତଥା ୟୁକ୍ରେନର ଚତୁର୍ଥ ସର୍ବବୃହତ ସହର ନିପ୍ରୋ ଉପରେ ୠଷ ସେନା ଏୟାର ଷ୍ଟ୍ରାଇକ୍ କରିଛନ୍ତି । ସେପଟେ ୟୁକ୍ରେନର ମିସାଇଲ୍ ମାଡ଼ରେ ୠଷର ଟ୍ୟାଙ୍କ ଧ୍ୱଂସ ହୋଇଯାଇଥିବା ଦାବି କରିଛି ୟୁକ୍ରେନ୍ ।

Related Posts