ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ରୁଷର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ପ୍ରଶଂସା: ପ୍ରକୃତ ଦେଶ ଭକ୍ତ ଏସ.ଜୟଶଙ୍କର

ନୂଆଦିଲ୍ଲୀ : ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ପ୍ରଶଂସା କରିଛନ୍ତି ଷର ବୈଦେଶିକ ବ୍ୟାପାର ମନ୍ତ୍ରୀ ସର୍ଗେଇ ଲାଭରୋଭ । ସେ ଜଣେ ପ୍ରକୃତ ଦେଶଭକ୍ତ ବୋଲି ଏକ ଭାରତୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ସମୟରେ ଏପରି କରିଛନ୍ତି | କାରଣ ପାଶ୍ଚାତ୍ୟ ଶକ୍ତିଙ୍କ ଚାପ ଆଗରେ ସେ ମୁଣ୍ଡ ନୁଆଁଇ ନାହାନ୍ତି ଓ ନିଜ ଦେଶର ପାଇଁ ହିତକର ବୈଦେଶିକ ନୀତି ଗ୍ରହଣ କରିଛନ୍ତି ବୋଲି କହିଛନ୍ତି |

ପାଶ୍ଚାତ୍ୟ ଶକ୍ତିଙ୍କ ନିୟମିତ ଚାପ ସତ୍ତ୍ବେ ଜୟଶଙ୍କର କହିଥିଲେ ଯେ ଭାରତ ନିଜେ ନିଜର ବୈଦେଶିକ ନୀତି ସ୍ଥିର କରିବ ଓ ଭାରତ ନିଜର ସୁରକ୍ଷା ଓ ବିକାଶ ପାଇଁ ଆବଶ୍ୟକ ବୈଦେଶିକ ନୀତି ଗ୍ରହଣ କରିବ । ଅଧିକାଂଶ ଦେଶ ଏପରି କଥା ସ୍ପଷ୍ଟ ଭାବରେ କହି ପାରନ୍ତି ନାହିଁ ।

ଭାରତ ସହ ସମ୍ପର୍କ ବାବଦରେ ସେ କହିଛନ୍ତି ଯେ ଦୁଇ ଦେଶର ସମ୍ପର୍କ ବେଶ ପୁରୁଣା । ଏହାକୁ ଏକ ସ୍ବତନ୍ତ୍ର ରଣନୈତିକ ସମ୍ପର୍କ ବୋଲି ଭାରତ କହୁଛି । ଏହା ଦୁଇ ଦେଶର ଘନିଷ୍ଠ ସମ୍ପର୍କକୁ ଦର୍ଶାଉଛି ବୋଲି ଲାଭରୋଭ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରୁଷ ଦ୍ବାରା ୟୁକ୍ରେନ ଉପରେ ଆକ୍ରମଣକୁ ଭାରତ ନିନ୍ଦା କରୁ ବୋଲି ପାଶ୍ଚାତ୍ୟ ଦେଶମାନେ ଭାରତ ଉପରେ ବାରମ୍ବାର ଚାପ ପକାଉଥିବା ସତ୍ତ୍ବେ ଭାରତ ଏହା କରିନାହିଁ । ସେ୍ହିପରି ଜାତିସଂଘରେ ରୁଷ ବିରୋଧୀ ପ୍ରସ୍ତାବ ବେଳେ ଭାରତ ଭୋଟ ଦାନରୁ ବିରତ ରହିଥିଲା

ଅନ୍ୟପଟେ, ବିବାଦ ସମାଧାନ ପାଇଁ କୂଟନୈତିକ ଆଲୋଚନା ହିଁ ଏକମାତ୍ର ବିକଳ୍ପ ବୋଲି ଭାରତ ପ୍ରାରମ୍ଭରୁ ଗୁରୁତ୍ବାରୋପ କରିଥିବା କଥା ମଙ୍ଗଳବାର ଦିନ ‘ଜାତିସଂଘ ସୁରକ୍ଷା ପରିଷଦ୍‌’ର ବୈଠକରେ ଭାରତର ସ୍ଥାୟୀ ଉପ-ପ୍ରତିନିଧି ଆର୍‌. ରବୀନ୍ଦ୍ର କହିଛନ୍ତି।

‘ୟୁକ୍ରେନ୍‌ରେ ମାନବୀୟ ଅବସ୍ଥା’ ପ୍ରସଙ୍ଗରେ ଆୟୋଜିତ ବୈଠକରେ ବକ୍ତବ୍ୟ ପ୍ରଦାନ କରି ସେ କହିଲେ, କୂଟନୀତି ଏବଂ ଆଲୋଚନାର ମାର୍ଗ ଅନୁସରଣ କରିବା ଆବଶ୍ୟକ ବୋଲି ସଂଘର୍ଷ ଆରମ୍ଭରୁ ଆମେ ଗୁରୁତ୍ବାରୋପ କରିଆସୁଛୁ। ନିରୀହ ମାନବ ଜୀବନ ବିପଦରେ ପଡ଼ିଥିବା ବେଳେ କୂଟନୈତିକ ଆଲୋଚନା ହିଁ ଏକମାତ୍ର ଉପଯୁକ୍ତ ବିକଳ୍ପ।

ସେ ଆହୁରି ମଧ୍ୟ କହିଛନ୍ତି, ଗତ ବୈଠକରେ ପରିଷଦ୍‌ ଏ ପ୍ରସଙ୍ଗରେ ଯାହା ଆଲୋଚନା କରିଥିଲା, ଏବକାର ୟୁକ୍ରେନ୍‌ରେ ମାନବୀୟ ପରିସ୍ଥିତିର ଆହୁରି ବିଗିଡ଼ି ଗଲାଣି। ୟୁକ୍ରେନ୍‌ରୁ ମିଳୁଥିବା ରିପୋର୍ଟ ଅନୁସାରେ, ମହିଳା ଓ ପିଲାମାନେ ଖୁବ୍‌ ପ୍ରଭାବିତ ହୋଇଛନ୍ତି। ଦଳ ଦଳ ହୋଇ ସେମାନେ ପଡ଼ୋଶୀ ଦେଶଗୁଡ଼ିକୁ ଚାଲିଯିବା ସହ ୟୁକ୍ରେନ୍‌ରେ ମଧ୍ୟ ବାସହରା ହୋଇ ଏଣେ ତେଣେ ଆଶ୍ରୟ ନେଉଛନ୍ତି।

ୟୁକ୍ରେନ୍‌‌କୁ ଭାତର ମାନବୀୟ ସହାୟତା କଥା ଉଲ୍ଲେଖ କରି ସେ କହିଛନ୍ତି, ଭାରତ ଔଷଧପତ୍ର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପଠାଉଛି। ଆଗକୁ ଆହୁରି ଅଧିକ ପଠାଇ ଚାଲିବ।

Related Posts