ସୁମି ଉପରେ ଋଷର ଏୟାରଷ୍ଟ୍ରାଇକ; ୨୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଋଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ହେବାରେ ଲାଗିଛି । ଦୀର୍ଘ ୧୪ ଦିନ ଧରି ଯୁଦ୍ଧ ହେବା ସତ୍ତ୍ୱେ ଉଭୟଙ୍କ ମଧ୍ୟରୁ ଜଣେ ହେଲେ ଯୁଦ୍ଧ ବନ୍ଦ କରୁନାହାନ୍ତି । ଏହା ମଧ୍ୟରେ ଋଷ ସୁମି ଉପରେ ଏୟାରଷ୍ଟ୍ରାଇକ କରିଥିବାର କଥା ସାମ୍ନାକୁ ଆସିଛି । ଏୟାରଷ୍ଟ୍ରାଇକ କରିବାରୁ ପ୍ରାୟ ୨୨ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରୁଷ ସୁମିର ଆବାସିକ ଅଞ୍ଚଳ ଉପରେ ଆକ୍ରମଣ କରିଥିବା ବେଳେ ଅତି କମରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣ ପରେ ୨ପିଲାଙ୍କ ସମେତ ୫ ଜଣଙ୍କ ଜୀବନ ବଞ୍ଚାଯାଇଥିବା କୁହାଯାଉଛି। ଏ ଘଟଣାଟି ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସେପଟେ ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆଜି ୧୪ଦିନ ହୋଇସାରିଥିଲେ ବି ଯୁଦ୍ଧ ଥମି ନାହିଁ। ଗୋଟେ ପରେ ଗୋଟେ ସହର ଉପରେ ଆକ୍ରମଣ କରିଚାଲିଛି ରୁଷ। ଏବେ ରୁଷ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଥିବା ସହ ସେମାନଙ୍କ ଘରକୁ ମଧ୍ୟ ଟାର୍ଗେଟ କରୁଛି। ଆଜି ୟୁକ୍ରେନର ପୂର୍ବ ସହର ସେଭେରୋଡୋନେଷ୍କରେ ରୁଷର ସେନା ଆକ୍ରମଣରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ଲୁଗାନସ୍କ ଅଞ୍ଚଳର ସ୍ଥାନୀୟ ଅଧିକାରୀ ଟେଲିଗ୍ରାମରେ ଏକ ବିବୃତିରେ କହିଥିଲେ। ସେ କହିଥିଲେ ଯେ, ରୁଷର ସୈନ୍ୟବାହିନୀ ସହରର ଆବାସିକ ଘର ଏବଂ ଅନ୍ୟାନ୍ୟ ଅଟ୍ଟାଳିକା ଉପରେ ଗୁଳି ଚଳାଇବା ଆରମ୍ଭ କରିଛନ୍ତି।

Related Posts