ରୁଷିଆ-ୟୁକ୍ରେନ ଯୁଦ୍ଧ: ୟୁକ୍ରେନର ୟାସିନୋଭାତାୟାରେ ରୁଷିଆର ଏୟାର ଷ୍ଟ୍ରାଇକ୍‌

କ୍ୱିଭ୍‌ : ଫେବୃୟାରୀ ୨୪ରୁ ରୁଷିଆ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଥମିବାର ନାଁ ନେଉନି। ଅନେକ କଟକଣା ପରେ ବି ଋଷିଆ ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛି । ଧ୍ଵଂସ ବିଧ୍ଵଂସ ୟୁକ୍ରେନ ନିଜ ଦେଶକୁ ସମ୍ଭଳିବାରେ ଲାଗିଛି । ଏହାରି ମଧ୍ୟରେ ୟୁକ୍ରେନ ଉପରେ ଲଗାତର ଆକ୍ରମଣ ଜାରି ରଖିଛି ରୁଷିଆ।

ୟୁକ୍ରେନର ୟାସିନୋଭାତାୟାରେ ରୁଷିଆ ପୁଣି ଏୟାର ଷ୍ଟ୍ରାଇକ୍‌ କରିଛି । ରୁଷିଆ ରକେଟ ମାଡ଼ରେ ଧ୍ୱଂସ ହୋଇଛି ଅନେକ ଘର ଓ କୋଠା । ଡୋନେସ୍କ ପିପୁଲ୍ସ ରିପବ୍ଲିକ ଓ ଲୁଗାନସ୍କ ପିପୁଲ୍ସ ରିପବ୍ଲିକ ଘୋଷଣା ପରେ ଏହି ଦୁଇ ଅଞ୍ଚଳରେ ରୁଷିଆ ନିଜର ଅଧିକାର ସାବ୍ୟସ୍ତ କରିଛି।

ସେପଟେ ୟୁକ୍ରେନର ଓଡ଼େଶାରେ ହୋଇଥିବା ଆକ୍ରମଣରେ ମଧ୍ୟ ୧୯ ଜଣ ପ୍ରାଣ ହରାଇଥିଲେ। ସ୍ନେକ ଆଇଲ୍ୟାଣ୍ଡରେ ମୁତୟନ ଥିବା ରୁଷିଆ ସୈନ୍ୟ ପ୍ରତ୍ୟାହାର ପରେ ସେହି ପଥ ଦେଇ ମଧ୍ୟ ପ୍ରାଚ୍ୟ ଓ ଆଫ୍ରିକାକୁ ଖାଦ୍ୟ ସାମଗ୍ରୀ ପରିବହନ କରାଯାଉଛି ।

Related Posts