ପ୍ରତିବନ୍ଧକର ଜବାବ ପ୍ରତିବନ୍ଧକରେ ଆମେରିକାକୁ ଦେଲା ଋଷ

20 ଦିନରେ ପହଂଚିଛି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ଉଭୟ ଦେଶ ପରସ୍ପରକୁ କଡ଼ା ଟକ୍କର ଦେଉଥିବା ବେଳେ, ଯୁଦ୍ଧ ଥମିବାର ନାଁ ଧରୁନି । ଅନ୍ୟପଟେ ଯୁଦ୍ଧ କୁ ନେଇ ଆମେରିକା ସହ ପାଶ୍ଚାତ୍ୟ ରାଷ୍ଟ୍ର ରୁଷ ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି ।

ତେବେ ଏହି ପ୍ରତିବନ୍ଧକ ର ଜବାବ୍ ପାଲଟା ପ୍ରତିବନ୍ଧକ ରେ ଦେଇଛି ଋଷ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ହିଲେରୀ କ୍ଲିଣ୍ଟନଙ୍କ ସମେତ ଆମେରିକାର ଅନେକ ଶୀର୍ଷ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲାଗୁ କରିଛି ରୁଷ।

ୟୁକ୍ରେନ ଏବଂ ରୁଷ ସେନା ମଧ୍ୟରେ ଯୁଦ୍ଧ ଜାରି ରହିଛି, ଶେଷ ହେବାର ନାଁ ଧରୁ ନାହିଁ। ଯୁଦ୍ଧର ୨୦ ଦିନରେ ରୁଷ ସେନା ନିଜର ବିଧ୍ୱଂସକ ମିଶାଇଲରେ ୟୁକ୍ରେନରେ ତାଣ୍ଡବଳୀଲା କରୁଛି। ୟୁକ୍ରେନରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଜୀବନ ଗଲାନି। ଲକ୍ଷ ଲକ୍ଷ ଲୋକେ ଦେଶ ଛାଡି ପଳାୟନ କରିଛନ୍ତି।

ରୁଷର ମିଡିଆ ସ୍ପୁଟିନିକ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବୟାନକୁ ଆଧାର କରି କହିଛି, ରୁଷ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ପୂର୍ବତନ ବିଦେଶ ମନ୍ତ୍ରୀ ହେଲେରୀ କ୍ଲିଣ୍ଟନ ଏବଂ ଅନ୍ୟ ଶୀର୍ଷ ଆମେରିକୀୟ ସରକାରୀ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି।

Related Posts