ଋଷ ଓ ୟୁକ୍ରେନ: ଯୁଦ୍ଧ ଶେଷ କରିବା ସହଜ ନୁହେଁ: ଆମେରିକା ସେନା ପ୍ରମୁଖ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ଧରୁନଥିବା ବେଳେ, ଏହାରି ମଧ୍ୟରେ ଖେରସନରୁ ରୁଷ ସୈନିକ ପଛକୁ ହଟିବା ପରେ ୟୁକ୍ରେନ ଏବେ ଅନେକ ବଡ଼ ବଡ଼ ଦାବି କରୁଛି । ଯୁଦ୍ଧ ଶୀଘ୍ର ଶେଷ ହେବ ବୋଲି ମଧ୍ୟ ୟୁକ୍ରେନ ଦାବି କରୁଛି ।

ତେବେ ୟୁକ୍ରେନର ଏହି ଦାବି ମଧ୍ୟରେ ଆମେରିକାର ଜଣେ ଶୀର୍ଷ ଅଧିକାରୀ ଯୁଦ୍ଧକୁ ନେଇ ବଡ଼ ଦାବି କରିଛନ୍ତି । ଅଧିକାରୀଙ୍କ ଅନୁସାରେ, ଯୁଦ୍ଧ ଶେଷ କରିବା ସହଜ ନୁହେଁ । ସେ କହିଛନ୍ତି, ଏବେ ବି ରୁଷ ନିକଟରେ ପର୍ଯ୍ୟାପ୍ତ ସୈନ୍ୟ ଶକ୍ତି ଅଛି । ଏହାରି ଭିତରେ ଗତ କିଛି ଦିନ ଧରି ୟୁକ୍ରେନର ବିଭିନ୍ନ ସହର ଉପରେ ଶହ ଶହ ମିଶାଇଲ ମାଡ କରିଛି ରୁଷ । ମିଶାଇଲ ମାଡ ଯୋଗୁଁ ଅନେକ ସ୍ଥାନରେ ବ୍ଲାକଆଉଟ୍ ହୋଇଛି ।

ଆର୍ମି ଜେନେରାଲ ମାର୍କ ମିଲେ ୟୁଏସ ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫର ଅଧ୍ୟକ୍ଷ ଅଛନ୍ତି । ସେ କହିଛନ୍ତି ଯେ ସବୁ ସ୍ଥାନରୁ ରୁଷ ସୈନିକଙ୍କୁ ୟୁକ୍ରେନ ସବୁ ସ୍ଥାନରୁ ହଟାଇ ପାରିବ ତାହା କହିବା ସମ୍ଭବ ନୁହେଁ । ୟୁକ୍ରେନର ବଡ଼ ଅଂଶରେ ରୁଷ କବଜା ରହିଛି । ୟୁକ୍ରେନ ସେତେବେଳେ ବିଜୟୀ ହେବ ଯେତେବେଳେ ସବୁ ସ୍ଥାନରୁ ରୁଷ ସେନାକୁ ହଟାଇ ପାରିବ ।

ମିଲେ କହିଛନ୍ତି, ୟୁକ୍ରେନରେ ତାଣ୍ଡବ ରଚୁଛି ରୁଷର ମିଶାଇଲ । ଏଥିରେ ନିରୀହ ଲୋକଙ୍କ ଜୀବନ ଯାଉଛି । ୟୁକ୍ରେନର ସାହସକୁ ଭାଙ୍ଗିବାକୁ ପ୍ରୟାସ କରିଛୁ । ଜେନେରାଲ ମିଲେ କହିଛନ୍ତି, ସେ ନିଜ ରୁଷ ସମକ୍ଷକଙ୍କ ସହ ଫୋନ ଯୋଗେ କଥା ହେବାକୁ ପ୍ରୟାସ କରିଥିଲେ କିନ୍ତୁ କଥା ହୋଇପାରି ନଥିଲେ । ୟୁକ୍ରେନର ସହର ଉପରେ ଏହିପରି ମିଶାଇଲ ମାଡ ନକରିବା ପାଇଁ ରୁଷ ସମକ୍ଷକଙ୍କୁ ସେ ନିବେଦନ କରିଥାନ୍ତେ । ଜେନେରାଲ ମିଲେ କହିଛନ୍ତି, ଆମେରିକା ସବୁବେଳେ ୟୁକ୍ରେନର ସମର୍ଥନ କରିବ ।

Related Posts