ପଦ୍ମପୁର ଉପନିର୍ବାଚନ ପୂର୍ବରୁ ନଗଦ ୩,୧୦,୦୦୦ ଟଙ୍କା ସହ ୫୦,୦୦୦ ଟଙ୍କା ମୂଲ୍ୟର ନିଶା ଔଷଧ ଜବତ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ କୁ ନେଇ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ତେବେ ଏହି ସମୟରେ ପୋଲିସ ପ୍ରଶାସନ କୁ ବଡ଼ ସଫଳତା ମିଳିଛି । ନଗଦ ୩,୧୦,୦୦୦ ଟଙ୍କା ସହ ୫୦,୦୦୦ ଟଙ୍କା ମୂଲ୍ୟର ନିଶା ଔଷଧ ଜବତ ହୋଇଛି । ସମୟରେ ବିପୁଳ ପରିମାଣର ନିଶା ଔଷଧ ସହ ଟଙ୍କା ଜବତ ହୋଇଛି।

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଶାସନ ତତ୍ପର ରହିଥିବା ବେଳେ ପ୍ରଶାସନକୁ ଚକମା ଦେଲା ଭଲିଆ ଘଟଣା ଦେଖିବାକୁ ମିଲୁଛି। ପଦ୍ମପୁର ଅବକାରୀ ଥାନା ତାଲପାଲି ଛକ ଠାରେ ମନୋଜ କୁମାର ବାଜପେୟୀଙ୍କ ଠାରୁ ତିନି ଲକ୍ଷ ଦଶ ହଜାର ଟଙ୍କା ନଗଦ ସହ ୧୫୦ ଗୋଟି କଫ ସିରଫ, ୫୯୦ ଗୋଟି ନିଶା ଇଂଜେକସନ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୫୦,୦୦୦ ଟଙ୍କା ରହିଥିବା ଜଣାପଡିଛି । ଅଭିଯୁକ୍ତକୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛନ୍ତି

Related Posts