ରାଜ୍ୟରେ କୋଭିଡ୍ ମୁକାବିଲା ପାଇଁ ଖର୍ଚ୍ଚ ହୋଇଛି ୧୦୪୦ କୋଟି : ବିଧାନସଭାରେ ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ ମୁକାବିଲା ପାଇଁ କେତେ ଅର୍ଥ ଖର୍ଚ୍ଚ ହୋଇଛି ଏ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। କରୋନା ମହାମାରୀ ମୁକାବିଲା କରିବାକୁ ରାଜ୍ୟ ସରକାର କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ।

ଏବଂ କେନ୍ଦ୍ର ସରକାର କେତେ ଅନୁଦାନ ରାଜ୍ୟକୁ ଦେଇଛନ୍ତି, ଏ ତଥ୍ୟ ବିଧାନସଭାରେ ପ୍ରକାଶ କରିଛନ୍ତି ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । କରୋନା କାଳରେ କେତେ ଅର୍ଥ ଖର୍ଚ୍ଚ କରିଛନ୍ତି ସରକାର ? ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିଲା । ଆଉ ଏହାର ଉତ୍ତର ଆଜି ବିଧାନସଭାରେ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । 

ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଲିଖିତ ଉତ୍ତର ସ୍ୱାସ୍ଥ୍ୟମନ୍ତ୍ରୀ ଉତ୍ତର ରଖି କହିଛନ୍ତି ଯେ , ୨୦୨୧ ଅଗଷ୍ଟ ସୁଦ୍ଧା କରୋନା ମହାମାରୀର ମୁକାବିଲା ପାଇଁ ସରକାର ୧୦୪୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଗୃହରେ ଉତ୍ତର ରଖି କହିଛନ୍ତି ଯେ ,  ୨୦୨୧ ଅଗଷ୍ଟ ସୁଦ୍ଧା କୋଭିଡ ପାଇଁ  ୧୦୪୦ କୋଟି ୧୯ ଲକ୍ଷ ୨୭ ହଜାର ୬୦୫ ଟଙ୍କା ଖର୍ଚ୍ଚ ହୋଇଛି । 

ତେବେ ଏଥି ମଧ୍ୟରୁ କେନ୍ଦ୍ର ସରକାର ୩୮ କୋଟି ୮୬ ଲକ୍ଷ ଟଙ୍କା ସହାୟତା ରାଜ୍ୟକୁ ଯୋଗାଇ ଦେଇଛନ୍ତି। ସେହିଭଳି କୋରାପସ୍ୱଙ୍କ ଜିଲ୍ଲାର ବିଧାୟକ ମାନଙ୍କ ପାଣ୍ଠିରୁ ମୋଟ ୭୭ ଲକ୍ଷ ୩୮ ହଜାର ୪୨୦ ଟଙ୍କା ସହାୟତା ଦିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Related Posts