କୋରାପୁଟ ଚମ୍ପୁଆ ଗାଁ ନିକଟ ସଡକ ଦୁର୍ଘଟଣା: ଟ୍ରକ ଧକ୍କାରେ ଦୁଇ ମୃତ, ଜଣେ ଗୁରୁତର

କୋରାପୁଟ :କୋରାପୁଟ ଜିଲ୍ଲା ପାଡୁଆ ଥାନା ଚମ୍ପୁଆ ଗାଁ ନିକଟ ସଡକ ଦୁର୍ଘଟଣା | ଟ୍ରକ ଧକ୍କାରେ ଦୁଇ ଜଣକ ମୃତ୍ୟୁ ଘଟିଥିବା ବେଳେ, ଜଣେ ଗୁରୁତର ଆହତ ହୋଇଛନ୍ତି | ତେବେ ଏବେ ଯାଏଁ ୨ ମୃତାହତଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । କ୍ଷତି ପୁରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ତେବେ ଏହି ରାସ୍ତା ଅବରୋଧ ଯୋଗୁଁ ନନ୍ଦପୁର-ବିଶାଖାପାଟଣା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି । ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଉତ୍ୟକ୍ତ ଲୋକଙ୍କୁ ପୋଲିସ ବୁଝାସୁଝା କରୁଛି ।

Related Posts