ସଙ୍ଗାତମରା ନାଳ ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ଘଟଣା: ଟଙ୍କା ପାଇଁ ଅଭିଯୁକ୍ତ ଘଟାଇଥିଲା ଏହି ଜଘନ୍ୟ କାଣ୍ଡ

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା ଝାଡ଼ବେଡା ନିକଟ ସଙ୍ଗାତମରା ନାଳ ଭିତରୁ ଯଶୀପୁର ଥାନା ଗେନ୍ତେଇସାହି ର ଧନେଶ୍ୱର ଗୁଇୟାର ଗଳିତ ମୃତ ଦେହ ମିଳିବ ଘଟଣା ର ହେଲା ପର୍ଦାଫାଶ | ୩୦ ହଜାର ଟଙ୍କା ଲାଗି ଅଭିଯୁକ୍ତ ଘଟାଇଥିଲା ଏହି ଜଘନ୍ୟ କାଣ୍ଡ | ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତକୁ ଆଜି କରାଯିବ କୋର୍ଟ ଚାଲାଣ ।

ଗତ ୧୪ ତାରିଖ ରାତିରେ ଗଳିତ ଶବ ମିଳିବା ପରେ ଏକ ହତ୍ୟା ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା ପୋଲିସ,ଜଣେ ଅଭିଯୁକ୍ତକୁ ଗିରଫ କରି ଗତକାଲି କ୍ରାଇମ ସିନ ରିକ୍ରିଏସନ କରି ହତ୍ୟାକାଣ୍ଡ ର ପର୍ଦ୍ଦାଫାଶ କରିଛି ପୋଲିସ ।

ଖବର ଅନୁଯାୟୀ, ଗତ ୪ ତାରିଖ ଦିନ ଗେନ୍ତେଇସାହିର ଧନେଶ୍ୱର ଗୁଇୟା ଆଜବେଷ୍ଟସ୍‌ କିଣିବାକୁ ଘରୁ ୩୦ ହଜାର ଟଙ୍କା ନେଇ , ସେହି ଗାଁର ପିତାମ୍ବର ବେହେରା ନାମକ ଜଣେ ଯୁବକଙ୍କ ସହ ଏକ ବାଇକ ଯୋଗେ ଭଞ୍ଜକିଆ ବଜାରକୁ ଯାଉଥିଲା । ଗେନ୍ତେଇସାହି ଓ ଭଞ୍ଜକିଆ ରାସ୍ତାରେ ଥିବା ସଙ୍ଗାତମରା ନାଳ ପାଖରେ ପୂର୍ବ ଯୋଜନା ଅନୁସାରେ ଏକ କଟୁରୀ ସାହାଯ୍ୟରେ ଧନେଶ୍ୱରକୁ ତଣ୍ଟି କାଟି ହତ୍ୟା କରାଯାଇଥିଲା । ପରେ ସେହି ନାଳରେ ମୃତଦେହକୁ ଫିଙ୍ଗିଦେଇଥିଲା ।

ଶେଷରେ ଗତ ୧୪ ତାରିଖ ଦିନ ରାତିରେ ଧନେଶ୍ୱରର ମୃତଦେହ ମିଳିବା ପରେ ପୋଲିସ ପିତାମ୍ବରକୁ ଅଟକ ରଖି ପଚରାଉଚରା କରୁଥିଲା । ପୋଲିସ ତଦନ୍ତ ନିଜ ଦୋଷ ସ୍ୱୀକାର କରିଥିଲା ପିତାମ୍ବର । ଟଙ୍କା ଲୋଭରେ ସେ ହତ୍ୟା କରିଛି ବୋଲି ପୋଲିସକୁ କହିଥିଲା । ହତ୍ୟାକାଣ୍ଡରେ ବ୍ୟବହୃତ କଟୁର, ମୋବାଇଲ, ମନିପର୍ସ ଓ ଗୋଟିଏ ବାଇକ୍‌କୁ ଜବତ କରିଛି । ରବିବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବ ପୋଲିସ ।

Related Posts