ଆଜିଠୁ ମେଡିକାଲ୍ କଲେଜରେ ଏମବିବିଏସ୍/ବିଡିଏସ୍ ନାମଲେଖା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର : ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ମେଡିକାଲ୍ କଲେଜରେ ଏମବିବିଏସ୍/ବିଡିଏସ୍ ନାମଲେଖା ପାଇଁ ପଞ୍ଜୀକରଣ ପ୍ରକ୍ରିୟା । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇ ଏହି ସୂଚନା ଦିଆଯାଇଛି ।

ଓଡ଼ିଶାର ଯେଉଁ ପ୍ରାର୍ଥୀମାନେ ନିଟ୍ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଛନ୍ତି, ସେମାନେ ଏଥିଲାଗି ପଞ୍ଜୀକରଣ କରିପାରିବେ। ଅନ୍ୟ ରାଜ୍ୟର ଆଗ୍ରହୀ ଛାତ୍ରଛାତ୍ରୀ ଏନଆରଆଇ କୋଟାରେ ନାମ ଲେଖାଇବାକୁ ଆବେଦନ କରିପାରିବେ।

ଏହି ପ୍ରକ୍ରିୟା ପାଇଁ ସେପ୍ଟେମ୍ବର ୩୦ ୪ଟାରୁ ଅକେଟାବର ୧୦ ତାରିଖ ପୂର୍ବାହ୍ନ ୧୧ଟା ୫୯ ମିନିଟ ଭିତରେ ଛାତ୍ରଛାତ୍ରୀମାନେ ଅନଲାଇନରେ ପଞ୍ଜୀକରଣ କରିପାରିବେ। ସେମାନେ ନିଜର ଆବଶ୍ୟକ ନଥିପତ୍ର ଅପଲୋଡ୍ କରିପାରିବେ ଏବଂ ଫି ଦାଖଲ କରିବେ। ସମସ୍ତ ନଥିପତ୍ରର ଯାଞ୍ଚ ପରେ ଅକେଟାବର ୧୮ ତାରିଖ ୫ଟା ବେଳେ ଫାଇନାଲ ମେରିଟ୍ ଲିଷ୍ଟ ପ୍ରକାଶିତ ହେବ।

ନିର୍ଦ୍ଧିଷ୍ଟ ସମୟରେ ଏମବିବିଏସ୍/ବିଡିଏସ୍ ନାମଲେଖା ପାଇଁ କାଉନସେଲିଂ ଅନୁଷ୍ଠିତ ହେବ ବୋଲି ବି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି। ନିଜର ଯୋଗ୍ୟତାକୁ ତନଖି କରି ପଞ୍ଜୀକରଣ ପ୍ରକ୍ରିୟାରେ ସାମିଲ ହେବାକୁ ବି ଏଥିରେ ପରାମର୍ଶ ଦିଆଯାଇଛି ।

Related Posts