ବସ୍ତି ବିଭୀଷଣଙ୍କ ପାଇଁ ବିଜେଡି ର ମୁଣ୍ଡ ଟିଣ

ସତ୍ୟପାଠ ବ୍ୟୁରୋ, ୦୭/୦୩ : ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ବିଜେଡି ପାଇଁ ମୁଣ୍ଡବିନ୍ଧା ପାଲଟିଛି ଆଶାୟୀ ପ୍ରାର୍ଥୀ ଙ୍କ ପ୍ରବଳ ଭିଡ଼। ଯାହାକୁ ନ ଦେବେ ସିଏ ବିଦ୍ରୋହୀ ହୋଇ ଛିଡା ହେବ ନଚେତ୍ ଚେର କାଟିବ। ଏହି ଛକାପଞ୍ଝା ଭିତରେ ବିଜେଡି ପାଇଁ କାଳ ହୋଇପାରନ୍ତି ବି ଏମ୍ ସି ର ବସ୍ତି ବିଭୀଷଣ ମାନେ। ବିଜେଡି ର ଗ୍ୟାରେଣ୍ଟି ଭୋଟ ବ୍ୟାଙ୍କ ହେଉଛି ବସ୍ତି ବାସିନ୍ଦା। ଏବେ ବସ୍ତି ବସ୍ତି ରେ ବିରୋଧ ଓ ପ୍ରାର୍ଥୀଙ୍କ ଭିତରେ କନ୍ଦଳ

ବି ଏମ୍ ସି ଅଧୀନରେ ଭୁବନେଶ୍ୱରରେ 436 ଟି ସ୍ୱୀକୃତିପ୍ରାପ୍ତ ବସ୍ତି ଅଛି (ବିଏମସି ଦ୍ୱାରା ଚିହ୍ନିତ) ଯେଉଁଥିରୁ 320 (73 ପ୍ରତିଶତ) ଅଣସ୍ଵିକୃତ ଏବଂ 116 (27 ପ୍ରତିଶତ) ପ୍ରାଧିକୃତ 1 (ମାନଚିତ୍ର 2) | ସମୁଦାୟ ବସ୍ତି ଜନସଂଖ୍ୟା 301,611 ବ୍ୟକ୍ତି କିମ୍ବା 80,665 ପରିବାରର କ୍ରମରେ ଅଛି | ଅଣ ସରକାରୀ ହିସାବ ଅନୁସାରେ BMC ଅଧୀନରେ ପ୍ରାୟ ୧୦୦୦ ରୁ ଅଧିକ ବସ୍ତି ରହିଛି । ଭୁବନେଶ୍ୱରର ବସ୍ତି ଜନସଂଖ୍ୟା ସହରର ମୋଟ ଜନସଂଖ୍ୟାର 30 ପ୍ରତିଶତରୁ ଅଧିକ ବୋଲି ଜଣାପଡିଛି, ଯାହା ଗତ ଦଶନ୍ଧି ମଧ୍ୟରେ ଅହେତୁକ ଅଭିବୃଦ୍ଧି ଦେଖାଇଛି

ଚଳିତ BMC ନିର୍ବାଚନରେ ଏଠାରେ ୭ ଲକ୍ଷ ୨୫ ହଜାର ୭୬୫ ଭୋଟର ମତଦାନ କରିବେ। ସେଥିରୁ ପ୍ରାୟ ୩୦ ପ୍ରତିଶତ ଅଧିକ ଭୋଟର ହେଉଛନ୍ତି ବସ୍ତି ବାସିନ୍ଦା। ତେଣୁ ୬୭ ୱାର୍ଡ ରୁ ପ୍ରାୟ ୫୦ ପ୍ରତିଶତ ରି ଅଧିକ ୱାର୍ଡ ର ଫଳାଫଳ ବସ୍ତି ଭୋଟରଙ୍କ ମୁଡ ଉପରେ ନିର୍ଭର କରୁଛି। ଅବଶ୍ୟ ଏହି ଗଣିତକୁ ବିଜେଡି ଖୁବ୍ ଭଲ ଭାବରେ ବୁଝିଛି, ତେଣୁ ବସ୍ତି ଭୋଟ କୁ ବିଗର ୨୦ ବର୍ଷ ହେଲା ଯଦି କୌ ଣସି ଦଳ ପୋଲାରାଇଜ କରିବାରେ ସକ୍ଷମ ହୋଇଛି ସିଏ ହେଉଛି ବିଜୁ ଜନତା ଦଳ। ଚଳିତ ନିର୍ବାଚନ କିନ୍ତୁ ବିଜେଡି ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ବସ୍ତି ରେ ବାହାରିଥିବା ଆଶାୟୀ ବିଭୀଷଣଙ୍କ ସଂଖ୍ୟା। କାରଣ ପ୍ରାୟ ସବୁ ବସ୍ତିରେ ଗଣ୍ଡା ଗଣ୍ଡା ବିଜେଡି କର୍ପୋରେଟର ଆଶାୟୀ। ଯାହାକୁ ନ ଦେବେ ସିଏ ସ୍ଵାଧୀନ ଲଢିବ ନଚେତ ବିରୋଧୀ କ୍ୟାମ୍ପକୁ ଡିଆଁମାରିବ।

ବିଏମ୍‌ସି ନିର୍ବାଚନ ପାଇଁ ସୋମବାର ବା ଆଜି ପ୍ରାର୍ଥିପତ୍ର ଦାଖଲ ଶେଷ ହେବ। କିନ୍ତୁ ଗତକାଲି ବା ରବିବାର ରାତି ସୁଦ୍ଧା ଦୁଇ ପ୍ରମୁଖ ଦଳ ବିଜେଡି ସମ୍ପୂର୍ଣ ପ୍ରାର୍ଥୀ ତାଲିକା କରି ପାରିନାହିଁ। ଗତକାଲି ବିଭିନ୍ନ ଦଳର ଆଶାୟୀମାନେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ବି ଦଳୀୟ ଟିକେଟ୍ ଦେଇ ପାରିନାହାନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବିଜେଡିର ୭ଟି ୱାର୍ଡର ପ୍ରାର୍ଥୀ ଚୟନରେ ଅଡ଼ୁଆ ଏବେ ଦଳ ନେତୃତ୍ୱ ପାଇଁ ଚ୍ୟାଲେଞ୍ଜ ହେଇଛି।। ଏହି ୱାର୍ଡଗୁଡ଼ିକରେ ପ୍ରଭାବଶାଳୀ ଆଶାୟୀଙ୍କ ସଂଖ୍ୟା ଏତେ ଯେ ବିଧାୟକମାନେ ଟେନସନ୍ ରେ ପଡ଼ିଯାଇଥିଲେ। ଗତକାଲି ବିଳମ୍ବିତ ରାତି ଯାଏ ବିଧାୟକ ଓ ଅନ୍ୟ ବରିଷ୍ଠ ନେତାମାନେ ବସି ଅଡ଼ୁଆ ତୁଟାଇଥିଲେ। ପ୍ରାର୍ଥୀ ମନୋନୟନ ହୋଇ ୬୭ ଜଣ ପ୍ରାର୍ଥୀଙ୍କ ଟିକେଟ୍ ତିନି ବିଧାୟକଙ୍କୁ ଧରାଇ ଦିଆଯାଇଥିଲା। କିନ୍ତୁ କିଛି ୱାର୍ଡରେ ଅସନ୍ତୋଷ ଏତେ ତୀବ୍ର ଅଛି ଯେ ବିଧାୟକମାନେ ଆଜି ପ୍ରାର୍ଥୀ ତାଲିକା ସାର୍ବଜନୀନ କରିବାକୁ ସାହସ କଲେ ନାହିଁ। କାଳେ ଅସନ୍ତୁଷ୍ଟ ଆଶାୟୀମାନେ ମେଳି ବାନ୍ଧି ଜଣଙ୍କୁ ସ୍ବାଧୀନ ଭାବେ ଆଗକୁ ଆଣିବେ, ସେହି ଭୟ ନେତାଙ୍କୁ ଘାରିଲା।

ତେଣୁ ବିଜେଡି ର BMC ପାଇଁ ଏବେ ସ୍ଵତନ୍ତ୍ର ଯୋଜନା ହେଉଛି କିଭଳି ଭାବରେ ଏ ବସ୍ତି ବିଭୀଷଣ ମାନଙ୍କୁ ସମ୍ଭାଳିବେ ନଚେତ୍ ସବୁ ହିସାବ ଉପରକୁ ଠିକ୍ ଥିବା ମାତ୍ର ଭିତରେ ଖେଳ ହୋଇଯାଇଥିବ।