ରଥଯାତ୍ରା ପ୍ରସ୍ତୁତି: ଗଡ଼ିବ ୧୩୭ ଅତିରିକ୍ତ ଟ୍ରେନ୍‌

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଏବେ ଜୋର ଧରିଛି ପ୍ରସ୍ତୁତି । ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଗମନାଗମନ ବ୍ୟବସ୍ଥା କୁ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଯାତ୍ରୀଙ୍କ ସୁବିଧା ପାଇଁ ପୁରୀକୁ ୧୩୭ଟି ଅତିରିକ୍ତ ଟ୍ରେନ୍‌ ଚଳାଚଳ କରିବ। ଚଳାଚଳ କରୁଥିବା ମୋଟ୍‌ ୧୫୦ଟି ଅଧିକ କୋଚ୍‌ ଲାଗିବ। ୪୦ଟି ସ୍ବତନ୍ତ୍ର ଟ୍ରେନ୍‌ ଚାଳିବ। ଏଥିନିମନ୍ତେ ପୁରୀ ଷ୍ଟେଶନରେ ୩୫ଟି ଅତିରିକ୍ତ ଟିକେଟ୍‌ କାଉଣ୍ଟରର କରାଯିବ। ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ୫୦୦ ଆର୍‌ପିଏଫ୍‌ କର୍ମଚାରୀ ମୁତୟନ ରହିବେ ବୋଲି ବୁଧବାର ଅନୁଷ୍ଠିତ ରଥଯାତ୍ରା ଦ୍ୱିତୀୟ ସମନ୍ବୟ ବୈଠକରେ ପ୍ରଶାସନ ପକ୍ଷରୁ କୁହାଯାଇଛି।

ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏଥିରେ ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ରଥଯାତ୍ରା କିପରି ଶୃଙ୍ଖଳିତ ଭାବରେ ସମ୍ପନ୍ନ ହେବ ସେନେଇ ଆଲୋଚନା ହୋଇଥିଲା।

ଏତଦ୍‌ବ୍ୟତୀତ ଜିଲା ମୁଖ୍ୟ ଚିକିତ୍ସାଳୟରେ ୫୦ ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବ। ୧୪ଟି ସ୍ଥାନରେ ଆଶୁ ଚିକିତ୍ସାକେନ୍ଦ୍ର, ୨୯ଟି ଆମ୍ବୁଲାନ୍ସ ରହିବ। ୨୩ ପାର୍କିଂସ୍ଥଳ କରାଯିବ। ବିଦ୍ୟୁତ୍‌ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ୨୫୦ ଏଲ୍‌ଇଡି ଲାଇଟ୍‌ ବ୍ୟବସ୍ଥା କରାଯିବ। ଆରଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ୪୨୭ ନଳକୂପ ବ୍ୟବସ୍ଥା ସହ ୩୫ଟି ପାଇପ ଯୋଗେ ଜଳଯୋଗାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Related Posts