ଭାରତୀୟ କିଷାନ ସଂଗଠନରୁ ବହିଷ୍କୃତ ହେଲେ ସଂଗଠନର ମୁଖପାତ୍ର ରାକେଶ ଟିକାୟତ ଓ ଭାଇ ତଥା ଦଳର ସଭାପତି ନରେଶ ଟିକାୟତ

ନୂଆଦିଲ୍ଲୀ: ଭାରତୀୟ କିଷାନ ସଂଗଠନରୁ ବିଦା ହେଲେ ସଂଗଠନର ମୁଖପାତ୍ର ରାକେଶ ଟିକାୟତ । ତାଙ୍କ ଭାଇ ତଥା ଦଳର ସଭାପତି ନରେଶ ଟିକାୟତ ମଧ୍ୟ ଦଳରୁ ବାହାର କରଯାଇଛି । ଟିକାୟତ ଭାତ୍ରା ରାଜନୀତି ପାଇଁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସ୍ବାର୍ଥ ପାଇଁ କାମ କରୁଥିବା ଚାଷୀ ନେତାମାନେ ଅଭିଯୋଗ କରିଥିଲେ । ଏନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ବର୍ଷେରୁ ଅଧିକ ସମୟ ଧରି ନେତୃତ୍ବ ନେଇଥିବା ନେତା ଥିଲେ ରାକେଶ ଟିକାୟତ । ରବିବାର ତାଙ୍କୁ ବିକେୟୁରୁ ବହିଷ୍କୃତ କରାଯାଇଛି ।

ଟିକାୟତ ଭାତ୍ରା ରାଜନୀତି ପାଇଁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସ୍ବାର୍ଥ ପାଇଁ କାମ କରୁଥିବା ଚାଷୀ ନେତାମାନେ ଅଭିଯୋଗ କରିଥିଲେ । ଏ ନେଇ ଟିକାୟତ ଭାତ୍ରାଙ୍କୁ ଦଳରୁ ବାହାର କରାଯାଇଛି । ଯିଏ ଦିନେ ଦଳର ମଙ୍ଗ ଧରିଥିଲେ ମାତ୍ର 6 ମାସ ଭିତରେ ଏମିତି କଣ ହେଲା ଯେ ସଂଗଠନରେ ଫାଟ ସୃଷ୍ଟି ହେଲା, ଏହା ଏକ ବଡ ପ୍ରଶ୍ନ ହୋଇଛି ।

ଦିନେ ଆନ୍ଦୋଳନ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଲେ । ଆଉ ଏବେ ତାଙ୍କୁ ତାଙ୍କ ସଂଗଠନ ପକ୍ଷରୁ ବଡ ଝଟକା ଲାଗିଛି । ସଂଗଠନର କିଛି ସଦସ୍ୟ ଟିକାୟତଙ୍କ ରାଜନୈତିକ ଗତିବିଧିକୁ ନେଇ ଅସନ୍ତୁଷ୍ଟ ଥିଲେ । ଟିକାୟତ ରାଜନୀତି କରୁଥିବା ଅଭିଯୋଗ କରି ତାଙୁ ଦଳରୁ ବହିଷ୍କାର କରାଯାଇଛି ।ଟିକାୟତ ଭ୍ରାତାଙ୍କୁ ବହିଷ୍କାର କରାଯିବା ପର ଭାରତୀୟ କିଷାନ ୟୁନିୟନ ଦୁଇଭାଗ ହୋଇଛି ।

ନରେଶଙ୍କ ସ୍ଥାନରେ କୃଶକ ନେତା ରାଜେଶ ସିଂଙ୍କୁ ନୂଆ ମୁଖ୍ୟ କରାଯାଇଛି । ଗଠିତ ନୂଆ ସଂଗଠନ କୌଣସି ରାଜନୈତିକ ଦଳ ପାଇଁ କାର୍ଯ୍ୟ କରିବ ନାହିଁ ବୋଲି ସହିଛନ୍ତି ରାଜେଶ ସିଂ ଚୌହାନ ।

Related Posts