ଭାରତୀୟ କିଷାନ ୟୁନିୟନର ଅଧ୍ୟକ୍ଷ ପଦରୁ ବିଦା ଦେଲେ ରାକେଶ ଟିକାୟତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତୀୟ କିଷାନ ୟୁନିୟନର ଅଧ୍ୟକ୍ଷ ପଦରୁ ବିଦା ଦେଲେ ରାକେଶ ଟିକାୟତ । ତାଙ୍କ ସ୍ଥାନରେ ରାଜେଶ ଚୌହାନଙ୍କୁ ଅଧ୍ୟକ୍ଷ କରାଯାଇଛି। ଭାରତୀୟ କିଷାନ ୟୁନିୟନର ପ୍ରତିଷ୍ଠାତା ଦିବଙ୍ଗତ ଚୌଧୁରୀ ମହେନ୍ଦ୍ର ସିଂ ଟିକାୟତଙ୍କ ପୂଣ୍ୟତିଥି ଅବସରରେ ରବିବାର ଲକ୍ଷ୍ନୌରେ ସଂଗଠନର ନେତାଙ୍କ ବୈଠକ ହୋଇଥିଲା। ଏଥିରେ ଦୁଇ ଭାଇ ରାଜେଶ ଟିକାୟତ ଏବଂ ରାକେଶ ଟିକାୟତଙ୍କ ଉପରେ ନିଷ୍ପତ୍ତି ନିଆଯାଇଥିଲା। ଏହାସହ ଭାରତୀୟ କିଷାନ ୟୁନିୟନ ଅଣରାଜନୈତିକ ଦଳର ଗଠନ କରାଯାଇଛି। ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜେଶ ସିଂ ଚୌହାନ ହୋଇଛନ୍ତି। ଚୌଧରୀ ରାଜେନ୍ଦ୍ର ସିଂ ମଲିକ ରାଷ୍ଟ୍ରୀୟ ସଂରକ୍ଷକ ଏବଂ ହରନାମ ସିଂ ପ୍ରଦେଶ ଅଧ୍ୟକ୍ଷ ହୋଇଛନ୍ତି।

ଏହି ଅବସରରେ ନବ ନିଯୁକ୍ତ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜେଶ ସିଂ ଚୌହାନ କହିଛନ୍ତି, ‘ଭାରତୀୟ କିଷାନ ୟୁନିୟନ ଭୁଲ ରାସ୍ତାରେ ଚାଲିଥିଲା। ରାକେଶ ଟିକାୟତ ଏବଂ ନରେଶ ଟିକାୟତ ରାଜନୀତି କରିବା ଆରମ୍ଭ କରିଥିଲେ। ଚାଷୀଙ୍କ ହିତ ପାଇଁ ଏହି ସଂଗଠନର ଗଠନ ହୋଇଥିଲା। ବହୁ ପ୍ରୟାସ ପରେ ଦୁହେଁ ରାଜି ହେଲେ ନାହିଁ। ଶେଷରେ ଆମକୁ ଅଲଗା ସଂଗଠନ କରିବାକୁ ପଡ଼ିଲା’। ଏହାସହ ସେ ବଡ଼ ବୟାନ ଦେଇ କହିଛନ୍ତି, ଯଦି ସରକାର ଚାହାନ୍ତି ତେବେ କୃଷି ବିଲ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ। ବିଲରେ ସଂଶୋଧନ ପରେ ଯଦି ଏହାସହ କୃଷକଙ୍କ ହିତରେ ରହିବ ତେବେ ତାହା ଲାଗୁ କରିବାରେ ସରକାରଙ୍କୁ ସାହାଯ୍ୟ କରିବୁ ବୋଲି ସେ କହିଛନ୍ତି।

Related Posts