ପେଗାସସ୍ ମାମଲାରେ କୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହେଲେ ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପେଗାସସ୍ ସ୍ପାଏୱୟାର ବିବାଦ ଥମିବାର ନାଁ ଧରୁନି। ଇସ୍ରାଏଲ କମ୍ପାନୀ NSO ଦ୍ବାରା ପ୍ରସ୍ତୁତ ପେଗାସସ୍ ସ୍ପାଏୱୟାର ମାଧ୍ୟମରେ ଭାରତରେ ବିରୋଧୀ ଦଳର ନେତା ତଥା ସାମ୍ବାଦିକଙ୍କ ଉପରେ ଗୁଇନ୍ଦାଗିରି ମାମଲାରେ ବର୍ତ୍ତମାନ ସୁପ୍ରିମକୋର୍ଟ ପହଞ୍ଚିଛନ୍ତି  ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ୍ । 

ଗୁପ୍ତଚର ପେଗାସସ୍ ବ୍ୟବହାର କରୁଥିବା କାର୍ଯ୍ୟକର୍ତ୍ତା, ରାଜନେତା, ସାମ୍ବାଦିକ ତଥା ସାମ୍ବିଧାନିକ କାର୍ଯ୍ୟକର୍ତ୍ତାଙ୍କ ଗୁପ୍ତଚର ଅଭିଯୋଗ ସମ୍ପର୍କରେ ରାଜ୍ୟସଭାର ସଦସ୍ୟ ଜନ୍ ବ୍ରିଟାସ୍ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି।

 ମିଡିଆ ରିପୋର୍ଟ ଅନୁଯାୟୀ ପେଗାସସ୍ ସ୍ପାଏୱେୟାର ଦ୍ବାରା ମନ୍ତ୍ରୀ, ରାଜନେତା, ସରକାରୀ ଅଫିସର , ବିଜେନସ୍ ମ୍ୟାନ୍ ଏବଂ ସାମ୍ବାଦିକଙ୍କ ସମେତ ପ୍ରାୟ 300 ଭାରତୀୟଙ୍କ ଉପରେ ଜାସୁସି କରାଯାଇଥିବା ନେଇ ଅଭିଯୋଗ ହୋଇଛି। ବର୍ତ୍ତମାନ ଏହା ଏକ ପ୍ରମୁଖ ରାଜନୈତିକ ବିବାଦ ସୃଷ୍ଟି କରିଥିଲା।

ଏହି ମାମଲାରେ ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ କରି ରାଜ୍ୟସଭା ସାଂସଦ ବ୍ରିଟିସ୍ କହିଛନ୍ତି ଯେ ନିକଟରେ ହୋଇଥିବା ଜାସୁସି ଅଭିଯୋଗ ଭାରତର ଲୋକଙ୍କ ପାଇଁ ଏକ ଚିନ୍ତାର କାରଣ ହୋଇଛି ଏବଂ ଏହା ଦ୍ବାରା ଅଭିବ୍ୟକ୍ତିର ସ୍ବାଧୀନତା ଏବଂ ବ୍ୟକ୍ତିର ଗୋପନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପେଗାସସ୍ ସ୍ପାଏୱେୟାର ଜାସୁସି ମାମଲା ସୁପ୍ରିମକୋର୍ଟଙ୍କ ଦ୍ବାରା ଯାଞ୍ଚ୍ କରିବାକୁ ସେ ନିବେଦନ କରିଛନ୍ତି।

  ରବିବାର ଦିନ ଏକ ବିବୃତ୍ତିରେ ସିପିଆଇ-ଏମ୍ ର ସାଂସଦ ବ୍ରିଟିସ୍ କହିଛନ୍ତି ଯେ ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଯାଞ୍ଚ କରୁନାହାଁନ୍ତି।  ସେ କହିଛନ୍ତି, ” ଏହି ଜାସୁସି ମାମଲା ସଂସଦରେ ମଧ୍ୟ ଉଠିଥିଲା। କିନ୍ତୁ ଏହି ପେଗାସସ୍ ସ୍ପାଇୱୟାର ସରକାର କିଣିଛନ୍ତି କି ନାହିଁ ତାହା ସ୍ପଷ୍ଟ କରି ନଥିବା ବେଳେ,  ସେ ଏହାକୁ ଅସ୍ୱୀକାର କରି ନାହାଁନ୍ତି କି ସ୍ବୀକାର କରି ନାହାନ୍ତି ।”

  ପେଗାସସ୍ ସ୍ପାଏୱେୟାର ବିବାଦ ମଧ୍ୟରେ ସରକାରଙ୍କ ଯୁକ୍ତି ହେଉଛି ଭାରତର ଗଣତନ୍ତ୍ରକୁ ଦୁର୍ବଳ କରିବାକୁ ଏହା ଏକ ଷଡ଼ଯନ୍ତ୍ର। 

  ଜୁଲାଇ 19 ରେ, ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାକୁ କହିଛନ୍ତି ଯେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ପ୍ରକାଶିତ ଏହି ମିଡ଼ିଆ ରିପୋର୍ଟ ଏକ ଷଡଯନ୍ତ୍ର। ତେବେ ଭାରତ ସରକାର ପେଗାସସ୍ ସ୍ପାଇୱୟାର ବ୍ୟବହାର କରୁଛନ୍ତି କି ନାହିଁ ତାହା ମନ୍ତ୍ରୀ ସ୍ପଷ୍ଟ କରି ନାହାଁନ୍ତି।

 ରାଜ୍ୟସଭା ସାଂସଦ ବ୍ରିଟିସ୍ ଦାବି କରିଛନ୍ତି ଯେ ଏହି ଜାସୁସି ନିଜେ ସରକାର କିମ୍ବା ବିଦେଶୀ ଏଜେନ୍ସି ଦ୍ୱାରା ଗୁଇନ୍ଦାଗିରି କରାଯାଇଛି।

ସୂଚନାଯୋଗ୍ୟ ଯେ, ଆଇନଜୀବୀ ମନୋହର ଲାଲ ଶର୍ମା ଏହା ପୂର୍ବରୁ ସୁପ୍ରିମକୋର୍ଟରେ ପେଗାସସ୍ ବିବାଦ ନେଇ ପିଟିସନ ଦାଖଲ କରିଛନ୍ତି। ଏହି ଆବେଦନରେ ସୁପ୍ରିମକୋର୍ଟଙ୍କ ତତ୍ତ୍ଵାବଧାନରେ ଏସଆଇଟି ତଦନ୍ତ ଦାବି କରାଯାଇଛି। ଏହା ସହିତ ଭାରତରେ ପେଗାସସ୍ କ୍ରୟ ଉପରେ କଟକଣା ଲଗାଇବାକୁ ମଧ୍ୟ ଦାବି ହୋଇଛି।

ଏପଟେ ବିରୋଧୀଦଳ ପେଗାସସ୍ ଗୁଇନ୍ଦାଗିରି ମାମଲା ନେଇ ମୋଦୀ ସରକାରଙ୍କୁ ଘେରିଛନ୍ତି। କଂଗ୍ରେସ ଦଳ ଏହି ମାମଲାର ତଦନ୍ତ ଦାବି କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟ ଦ୍ବାରା ଏହାର ତଦନ୍ତ ଦାବି କରିଛନ୍ତି। କେନ୍ଦ୍ର ସରକାର କିନ୍ତୁ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଇସ୍ରାଏଲର ଗୁପ୍ତଚର ସ୍ପାଏଓ୍ବେର୍ ପେଗାସସ୍ ମାଧ୍ୟମରେ ଦୁଇ ଜଣ ଭାରତୀୟ ମନ୍ତ୍ରୀ, ୪୦ ରୁ ଅଧିକ ସାମ୍ବାଦିକ, ତିନିଜଣ ବିରୋଧୀଦଳ ନେତା ତଥା ବହୁ ସଂଖ୍ୟାରେ ବ୍ୟବସାୟୀ ତଥା ମାନବାଧିକାର କର୍ମୀଙ୍କ ଫୋନ୍ ହ୍ୟାକ୍ କରାଯାଇଛି ।

Related Posts