ରାଜ୍ୟସଭା ନିର୍ବାଚନ: ଆଜି ଦଳୀୟ ନେତା, ସମର୍ଥକଙ୍କ ଗହଣରେ ନାମାଙ୍କନ ଭରିବେ ବିଜେଡିର ୪ ପ୍ରାର୍ଥୀ

ଭୁବନେଶ୍ୱର:ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବେ ବିଜେଡିର ୪ ପ୍ରାର୍ଥୀ । ଆଜି ରାଜ୍ୟସଭା ଭୋଟ ପାଇଁ ନାମାଙ୍କନର ଶେଷ ଦିନ ଥିବା ବେଳେ ଦଳୀୟ ନେତା, ସମର୍ଥକ ଏବଂ ପ୍ରସ୍ତାବକଙ୍କ ଗହଣରେ ଯାଇ ନାମାଙ୍କନ ଭରିବେ । ୧୧ଟାରେ ସବୁ ପ୍ରାର୍ଥୀ ନାମାଙ୍କନ ଭରିବେ ବୋଲି ଜଣାପଡିଛି ।

ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ଡ. ସସ୍ମିତ ପାତ୍ର ଓ ନିରଞ୍ଜନ ବିଶିଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସବୁ ଆଡକୁ ଦୃଷ୍ଟି ଦେଇ ଦଳ ରାଜ୍ୟ ସଭା ପ୍ରାର୍ଥୀ ଦେଇଛି । ରାଜ୍ୟସଭା ସାଂସଦ ଥିବା ଡ. ସସ୍ମିତ ପାତ୍ରଙ୍କୁ ଦଳ ରିପିଟ କରିଛି । ସେପଟେ ଚର୍ଚ୍ଚାର ବାହାରେ ଥିବା ପଶ୍ଚିମ ଓଡିଶାର ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା ଟିକେଟ୍ ଦେଇ ନବୀନ ପୁଣି ଥରେ ସରପ୍ରାଇଜ କାର୍ଡ ଖେଳିଛନ୍ତି |

ସଂଖ୍ୟା ଦୃଷ୍ଟିରୁ ଶାସକ ଦଳର ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ । ଆସନ୍ତା ଜୁନ୍ ୧୦ରେ ରାଜ୍ୟର ତିନିଟି ରାଜ୍ୟସଭା ସଭ୍ୟ ପଦବୀ ପାଇଁ ନିର୍ବାଚନ ହେବ । ଏଥିପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି । ସେହିପରି ଜୁନ୍ ୧୩ ତାରିଖରେ ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ । ଏଥିପାଇଁ ଜୁନ୍ ୨ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ପୂର୍ଣ୍ଣକାଳୀନ କାର୍ଯ୍ୟକାଳ ଥିବା ତିନି ଆସନ ପାଇଁ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ସୁଲତା ଦେଓ ପ୍ରାର୍ଥୀପତ୍ର ଦାଖଲ କରିବେ । ସେହିପରି ସୁବାସ ସିଂଙ୍କ ଇସ୍ତଫା ପରେ ଖାଲି ପଡିଥିବା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନିରଞ୍ଜନ ବିଶି ।

Related Posts