ରାଜଭର ମାଙ୍କଡ଼ ଭଳି ଗୋଟିଏ ଦଳରୁ କୁଦିକରି ଆଉ ଏକ ଦଳକୁ ଯାଉଛନ୍ତି : ସ୍ୱାମୀ ପ୍ରସାଦ ମୌର୍ଯ୍ୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୁହେଲଦେବ ଭାରତୀୟ ସମାଜ ପାର୍ଟି(ସୁଭାସପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର ଓ ସମାଜବାଦୀ ପାର୍ଟି(ସପା) ମଧ୍ୟରେ ଗଠାବନ୍ଧନ ଭାଙ୍ଗି ସାରିଛି । ଏହାପରେ ରାଜଭର ଏବେ ସପା ନେତାଙ୍କ ଟାର୍ଗେଟକୁ ଚାଲି ଆସିଛନ୍ତି । ସମାଜବାଦୀ ପାର୍ଟି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଗୁରୁବାର ଓମ ପ୍ରାଶ ରାଜଭରଙ୍କୁ ଟାର୍ଗେଟ କରିଛନ୍ତି ।ସେ କହିଛନ୍ତି ରାଜଭର ଏବେ ପ୍ରତିଦିନ ମାଙ୍କଡ଼ ଭଳି ଡିଆଁ କୁଦା କରୁଛନ୍ତି ।

ମୌର୍ଯ୍ୟ କହିଛନ୍ତି, ରାଜଭର ମାଙ୍କଡ଼ ଭଳି ଗୋଟିଏ ଦଳରୁ କୁଦିକରି ଆଉ ଏକ ଦଳକୁ ଯାଉଛନ୍ତି, ତାହା ସମ୍ପୂର୍ଣ୍ଣ ଭୁଲ । ରାଜଭରଙ୍କ ଦଳକୁ ନିର୍ବାଚନରେ ସେତିକି ସିଟ୍ ଦିଆଯାଇଛି ଯେତିକି ସେ ମାଗିଥିଲେ । ତେବେ ପ୍ରତିଦିନ ଡିଆଁ କୁଦା କଲେ ଓଜନ କମିଥାଏ। ସେହିପରି ସେ ବାରମ୍ବାର ଦଳ ବଦଳାଇବା ଦ୍ଵାରା କୌଣସି ଦଳ ତାଙ୍କୁ ଗୁରୁତ୍ୱ ଦେଉନହିଁ। ସେ ଯେଉଁଠିକୁ ଯିବାକୁ ଚାହୁଁଥିଲେ ସେଠାକୁ ସେ ଯିବା ପୂର୍ବରୁ ତାଙ୍କ ପାଇଁ ନୋ ଏଣ୍ଟ୍ରି ଜାରି କରିଦିଆଯାଇଛି ବୋଲି କହିଛନ୍ତି ମୌର୍ଯ୍ୟ। ସ୍ୱାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି ରାଜଭର ଭାଜପା ଓ ବିଏସପିକୁ ଯିବାକୁ ଚାହୁଁଥିଲେ ସତ ହେଲେ କେହି ତାଙ୍କୁ ନେବାକୁ ଚାହୁଁ ନାହାନ୍ତି ।

Related Posts