ଚିରନିଦ୍ରାରେ ରାଇମୋହନ ପରିଡା: ମୃତ୍ୟୁ ପରେ କଲେ ଚକ୍ଷୁଦାନ

ଭୁବନେଶ୍ଵର: ବିନ୍ଦାସ, ଖୁସ୍ ମିଜାଜ୍ ଲୋକ ପ୍ରିୟ ଅଭିନେତା ରାଇମୋହନଙ୍କ ଦେହାନ୍ତ ଖବର ଏବେ ସମଗ୍ର ଓଡ଼ିଆ ଫିଲ୍ମ୍ ଜଗତକୁ ସ୍ତବ୍ଧ କରିଦେଇଛି । ତାଙ୍କର ଏହିପରି ଭାବରେ ଆତ୍ମହତ୍ୟା କରିବା ଯେପରି ନିଜ ପ୍ରଶଂସକ ମହଲ ରେ ଏକ ପ୍ରକାର ର ପ୍ରଶ୍ନବାଚୀ ସୃଷ୍ଟି କରିଛି । ହେଲେ ତାଙ୍କ ଆଖି କିନ୍ତୁ ଦୁନିଆ ଦେଖିବ। କାରଣ ମୃତ୍ୟୁ ପରେ ଚକ୍ଷୁ ଦାନ କରିଛନ୍ତି ରାଇମୋହନ।

ଅଗଣିତ ସିନେ ପ୍ରେମୀଙ୍କ ଆଖିରେ ଲୁହ ଦେଇ ଅଫେରା ରାଇଜକୁ ଫେରିଗଲେ ବରିଷ୍ଠ ଓଲିଉଡ ଅଭିନେତା ତଥା ସଭିଙ୍କ ପ୍ରିୟର ଖଳନାୟକ ରାଇମୋହନ ପରିଡା। ତାଙ୍କ ମୃତ୍ୟୁ ଖବରରେ ପୂରା ଓଲିଉଡ, ଯାତ୍ରା ଜଗତ ଏବଂ ଓଡିଶାବାସୀ ସ୍ତବ୍ଧ। ଶୁକ୍ରବାର ଭୁବନେଶ୍ଵର ସ୍ଥିତ ପ୍ରାଚୀ ବିହାରରେ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି ରାଇମୋହନ। ତାଙ୍କର ଅପ୍ରତ୍ୟାଶିତ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ତେବେ ମୃତ୍ଯୁ ପରେ ଚକ୍ଷୁଦାନ କରିଛନ୍ତି ରାଇମୋହନ। କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ଚକ୍ଷୁଦାନ କରାଯାଇଥିବା କ୍ଯାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।

ଆଜିର ଦିନଟି ଓଡିଆ ସିନେ ଏବଂ ଯାତ୍ରା ଜଗତ ପାଇଁ ଏକ କଳାଦିନ। କଳା କ୍ଷେତ୍ର ପାଇଁ ଅପୂରଣୀୟ କ୍ଷତି। ଆଉ ଶୁଣିବାକୁ ମିଳିବନି ସିନେ ଏବଂ ଯାତ୍ରା ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନଙ୍କ ଡାଇଲଗ୍। ତାଙ୍କ ସଂଳାପକୁ ଝୁରିବ ମଞ୍ଚ ଏବଂ ଝୁରିବେ ଜନତା। ପ୍ରାୟ ତିନି ଦଶନ୍ଧି ଧରି ସିନେ ଜଗତରେ ଏକ ସ୍ଵତନ୍ତ୍ର ଛାପ ଛାଡିଛନ୍ତି ରାଇମୋହନ।

Related Posts