କୃଷକଙ୍କ ଆନ୍ଦୋଳନ ସମର୍ଥନରେ ରାହୁଲଙ୍କ ସମେତ ୧୪ ବିରୋଧୀ ଦଳର ନେତା ଜନ୍ତର ମନ୍ତରରେ କଲେ ପ୍ରଦର୍ଶନ

rahul gandhi

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଦେଶରେ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରୁଥିବା କୃଷକଙ୍କ ସହ ଅନେକ ରାଜନୈତିକ ଦଳ ସାମିଲ ହେବାର ଦେଖିବା ପାଇଁ ମିଳିଛି । ଏପରିସ୍ଥଳେ କୃଷକଙ୍କୁ ସମର୍ଥନ କରି ପ୍ରାୟ ୧୪ ବିରୋଧୀ ଦଳର ନେତା ଆଜି ଜନ୍ତର ମନ୍ତର ପହଞ୍ଚିଥିଲେ । ଏଥିରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଭାଗ ନେଇଥିଲେ କେବଳ ଏତିକି ନୁହେଁ ବରଂ ଜନ୍ତର ମନ୍ତରରେ ବିରୋଧୀ ଦଳ କୃଷକଙ୍କ ସମର୍ଥନରେ କୃଷି ଆଇନକୁ ବିରୋଧ କରୁଥିବାର ଦେଖିବା ପାଇଁ ମିଳିଛି । ଏପରିକି ସାଂସଦମାନେ ସେଭ ଫାର୍ମ, ସେଭ ଇଣ୍ଡିଆର ସ୍ଲୋଗାନ ଦେଉଥିଲେ ।

ତେବେ ଏହି ସ୍ଲୋଗାନ ରାହୁଲ ଗାନ୍ଧିଙ୍କ ସମେତ ବିରୋଧୀ ଦଳର ନେତାମାନେ କୃଷକଙ୍କ ସପକ୍ଷରେ ସ୍ୱର ଉତ୍ତୋଳନ କରୁଥିବାର ଚିତ୍ର ସାମ୍ନାକୁ ଆସିଛି । ତେବେ ଏନେଇ କଂଗ୍ରେସ ଦଳର ପୂର୍ବତନ ସଭାପତି ତଥା ସାଂସଦ ବଡ ବୟାନ ଦେଇଛନ୍ତି । ତେବେ ସେ ଆଜି ଚାଷୀଙ୍କୁ ସହାୟତା କରିବା ପାଇଁ ଆସିଛନ୍ତି । ସରକାରଙ୍କୁ କୃଷି ଆଇନ ପ୍ରତ୍ୟାଖାନ କରିବାକୁ ପଡିବ । ଯାହା ପରେ ହିଁ ଏହି ଆନ୍ଦୋଳନ ଶେଷ ହେବ ବୋଲି ରାହୁଲ ଗାନ୍ଧି କହିଥିଲେ । ଅପରିପକ୍ଷରେ ପେଗାସସ ମାମଲାକୁ ନେଇ ମଧ୍ୟ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରି ବର୍ଷି ଥିଲେ ।

ସେ କହିଥିଲେ ଭାରତୀୟଙ୍କ ଫୋନରେ ମୋଦି ପଶିଯାଇଛନ୍ତି । ତେବେ ଜନ୍ତର ମନ୍ତରରେ ଏକାଠି ହୋଇଥିବା ବିରୋଧୀ ଦଳ ମଧ୍ୟରେ କଂଗ୍ରସ, ଏନସିପି, ଶିବସେନା, ସମାଜବାଦୀ ପାର୍ଟି, ଡିଏମକେ, ଆରଜେଡି ସମେତ ବାମ ଦଳ ମଧ୍ୟ ରହିଛନ୍ତି । ଏମାନଙ୍କୁ ଛାଡି ଆମ ଆଦମୀ ପାର୍ଟି, ଟିଏମସି ଓ ବିଏସପି ଏଥିରୁ ଦୂରେଇ ରହିଥିବାର ଦେଖିବା ପାଇଁ ମିଳିଥିଲା ।

Related Posts