କୃଷି ଆଇନକୁ ବିରୋଧ କରି ଟ୍ରାକ୍ଟର ଚଳାଇ ସଂସଦରେ ଭବନରେ ପହଁଞ୍ଚିଲେ ରାହୁଲ ଗାନ୍ଧି

rahul gandhi

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ନୂତନ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଏବଂ ଚାଷୀମାନଙ୍କ ମଧ୍ୟରେ କୌଣସି ନିତ୍କର୍ଷ ବାହାରି ପାରୁନାହିଁ । ଏପରିସ୍ଥିତିରେ ରାହୁଲ ଗାନ୍ଧି ଏହି ଆଇନକୁ ବିରୋଧ କରି ଏକ ନିଆରା ଢାଞ୍ଚାରେ ରାଲି ପରିବେଶଣ କରିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଟ୍ରାକ୍ଟର ଚଳାଇ ମୌସୁମୀ ଅଧିବେଶନରେ ଯୋଗଦେବା ଲାଗି ସଂସଦ ଭବନରେ ପହଞ୍ଚଛନ୍ତି । କେବଳ ରାହୁଲ ନୁହଁ ବରଂ ତାଙ୍କ ସହ ଟ୍ରାକ୍ଟରରେ ରଣଦୀପ ସୁର୍ଜେୱାଲା, ବି.ବି. ଶ୍ରୀନିବାସ, ଦୀପେନ୍ଦ୍ର ହୁଡ୍ଡାଙ୍କ ସମେତ ଅନେକ ବରିଷ୍ଠ ନେତା ଟ୍ରାକ୍ଟରରେ ବସି ରାଲି କରୁଥିବାର ଦେଖିବା ପାଇଁ ମିଳିଥିଲା ।

ଏହା ସହ କୃଷି ଆଇନ ବିରୋଧରେ ସେମାନେ ହାତରେ ପ୍ଲା କାର୍ଡ ଧରିଥିବା ବେଳେ ଟ୍ରାକ୍ଟର ସାମ୍ନାରେ କୃଷି ଆଇନ ବିରୋଧରେ ପୋଷ୍ଟର ଲଗାଯାଇଥିଲା । ଅପରିପକ୍ଷେ କେନ୍ଦ୍ର ସରକାର ଚାଷୀଙ୍କ ଦୁଃଖ ବୁଝୁ ନାହାଁନ୍ତି । ସରକାରଙ୍କୁ ଏହି ତିନୋଟି କୃଷି ଆଇନକୁ ଫେରେଇ ନେବାକୁ ପଡିବ । ଏହା ସମ୍ପୂର୍ଣ୍ଣ କଳା ଆଇନ ବୋଲି ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି । ଏହା ସହ କେନ୍ଦ୍ର ସରକାର ଜାଣିଶୁଣି ଚାଷୀମାନଙ୍କ ବିରୋଧରେ ମିଛ ଅଭିଯୋଗ ଆଣୁଛନ୍ତି ବୋଲି ରାହୁଲ ଗାନ୍ଧି କହିଛନ୍ତି । ସବୁଠାରୁ ବିଡମ୍ବନାର ବିଷୟ ଯେ ଚାଷୀମାନଙ୍କୁ କେନ୍ଦ୍ର ସରକାର ଆତଙ୍କବାଦୀ କହିବାକୁ ମଧ୍ୟ ପଛାଉନାହାଁନ୍ତି । ଅନ୍ୟପଟେ ଦିଲ୍ଲୀର ଜନ୍ତରମନ୍ତର ଠାରେ ନୂତନ କୃଷି ଆଇନ ବିରୁଦ୍ଧରେ ଚାଷୀ ସଂସଦ ମଧ୍ୟ ତିଆରି କରାଯାଇଛି । ଯାହାଫଳରେ ପ୍ରତ୍ୟେକ ଦିନ ୨୦୦ ଚାଷୀ ଦିଲ୍ଲୀ ଜନ୍ତରମନ୍ତର ଠାରେ ସଂସଦ କରିବେ ଏବଂ ଏହା ମୌସୁମୀ ଅଧିବେଶନର ଶେଷ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି ।

ପ୍ରାୟ ଗୋଟିଏ ବର୍ଷ ଧରି ଚାଷୀମାନେ ଟିକରି, ସିନ୍ଧୁ ଏବଂ ଗାଜିପୁର ବର୍ଡର ଠାରେ ନୂତନ କୃଷି ଆଇନ ବିରୋଧରେ ରାଲି କରିଆସୁଛନ୍ତି । ନୂତନ କୃଷି ଆଇନକୁ ଫେରାଇବାକୁ ନେଇ ଲକ୍ଷ ଲକ୍ଷ ଚାଷୀ ଦାବି ରଖିଆସୁଛନ୍ତି । କିନ୍ତୁ ସରକାର ଏହି ଆଇନକୁ ଫେରାଇବା ସମ୍ଭବ ନୁହେଁ ବୋଲି କହିଛନ୍ତି । ଯଦି ଏହି ଆଇନକୁ ନେଇ ଚାଷୀମାନେ କୌଣସି ପରିବତ୍ତନ କରିବା ପାଇଁ ଚାହାଁନ୍ତି ହେଲେ ସରକାର ତାଙ୍କ ସହ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ର ସରକାର କହିଛନ୍ତି । ନୂତନ କୃଷି ଆଇନକୁ ନେଇ ସଂସଦରେ ମଧ୍ୟ ବାରମ୍ବାର ହଙ୍ଗାମା ହେବାରେ ଲାଗିଛି । ତେବେ ନୂତନ କୃଷି ଆଇନ ଏବଂ ପେଗାସସକୁ ନେଇ ସଂସଦର ଦୁଇଟି ସଦନ କାର୍ଯ୍ୟ ବନ୍ଦ ରହିଛି । କଂଗ୍ରେସ ପକ୍ଷରୁ ହୋଇଥିବା ଟ୍ରକ୍ଟର ରାଲିରେ ଦିଲ୍ଲୀ ପୁଲିସ ପକ୍ଷରୁ ରଣଦୀପ ସୁର୍ଜେୱାଲା ଏବଂ ବି.ବି. ଶ୍ରୀନିବାସଙ୍କୁ ଅଟକ ରଖାଯାଇଛି ।

Related Posts