ଆମ ଭିତରେ ଭାରତ, ଏହାକୁ ସୁରକ୍ଷା ଦିଅ: ରାହୁଲ ଗାନ୍ଧି

rahul

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ପିଲାମାନଙ୍କୁ ସେମାନଙ୍କ ଭିତରେ ଥିବା ଭାରତର ସୁରକ୍ଷା ପାଇଁ ନିବେଦନ କରିଥିଲେ । ତେବେ ୭୫ ତମ ସ୍ୱାଧୀନତା ଦିବସ ଅବସରରେ କେରଳର ମଲାଲାପୁରମରେ ଥିବା ଅନାଥ ଆଶ୍ରମର ପିଲାମାନଙ୍କ ସହ କଥାବାର୍ତ୍ତା ବେଳେ ସେ ଏହା କହିଛନ୍ତି । ସେ କହିଛନ୍ତି ଭାରତ ଆମ ଠାରୁ ଭିନ୍ନ ନୁହେଁ। ଭାରତ ଆମ ଭିତରେ, ଆମ ସମସ୍ତଙ୍କ ଭିତରେ ଅଛି । ଯଦି ଆମେ ଏକ ଶକ୍ତିଶାଳୀ ଭାରତ କରିବାକୁ ଚାହୁଁ, ତେବେ ଏହାକୁ ସୁରକ୍ଷା ଦେବାକୁ ପଡିବ । ଯାହା ଦେଶ ପାଇଁ ଭଲ, ତାହା କରିବାକୁ ପଡ଼ିବ । ଏହା ଏକ ଭଲ ଆରମ୍ଭ ହେବ ବୋଲି ରାହୁଲ ଗାନ୍ଧି କହିଛନ୍ତି । ଅପରିପକ୍ଷେ କେରଳର ମାର୍କାଜ ଦାରୁନାଜନାଥ ବନାଥ ଅନାଥ ଆଶ୍ରମର ପିଲାମାନଙ୍କୁ ଏକ ବାର୍ତ୍ତା ପ୍ରଦାନ କରୁଥିବା ଭିଡିଓକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରିଛନ୍ତି ।

କେବଳ ଏତିକି ନୁହେଁ ବରଂ ସେ କହିଛନ୍ତି ଯଦି ଆମେ ଭାରତକୁ ଏକ ଗଣତାନ୍ତ୍ରିକ ଦେଶ କରିବାକୁ ଚାହୁଁଛୁ । ତେବେ ଆମର ବନ୍ଧୁମାନଙ୍କୁ ପ୍ରଭାବିତ କରୁଥିବା ନିଷ୍ପତ୍ତି ନେବା ପୂର୍ବରୁ ଆମେ ସେମାନଙ୍କ ସହ କଥା ହେବା ଉଚିତ୍ । ଯଦି ଆମେ ଭାରତର ଗଣତନ୍ତ୍ରରେ ବିଶ୍ୱାସ କରୁ ତେବେ ଆମକୁ ମଧ୍ୟ ଗଣତାନ୍ତ୍ରିକ ଉପାୟରେ ଆଚରଣ କରିବାକୁ ପଡ଼ିବ । ସେ ଆହୁରି ମଧ୍ୟ କହିଛନ୍ତି ଯଦି ଭାରତର ଲୋକମାନେ ଗଣତାନ୍ତ୍ରିକ ଆଚରଣ କରିବା ଆରମ୍ଭ କରନ୍ତି, ମହିଳାମାନଙ୍କୁ ସମ୍ମାନ ଦେବା ଆରମ୍ଭ କରନ୍ତି, ତେବେ ଭାରତକୁ ପ୍ରକୃତ ଗଣତାନ୍ତ୍ରିକ ଦେଶ କୁହାଯିବ। ଏହା ସହ ଆମକୁ ଭାରତର ଆତ୍ମା ବଞ୍ଚାଇବାକୁ ପଡିବ । ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ପିଲାମାନଙ୍କୁ ନିବେଦନ କରିଥିଲେ ଏବଂ ପିଲାମାନଙ୍କୁ ଭରସା ରଖିବାକୁ ରାହୁଲ ଗାନ୍ଧି କହିଥିଲେ ।

Related Posts